ଅନାଥ ଆଶ୍ରମରେ ପିଲାଙ୍କ ସହ ନାଚିଲେ ନବରଙ୍ଗପୁର ଏସପି

Top Storise ରାଜ୍ୟ

ନବରଙ୍ଗପୁର: ଅନାଥାଶ୍ରମରେ ସ୍କୁଲ ପିଲାଙ୍କ ସହ ଗୀତ ଗାଇ ନାଚିଲେ ନବରଙ୍ଗପୁର ଏସପି । କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବରେ ଗୀତ ଗାଇଲେ ନବରଙ୍ଗପୁର ଏସପି ଏସ୍. ସୁଶ୍ରୀ । ନନ୍ଦାହାଣ୍ଡି ବ୍ଲକ ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା କିଶୋରୀ ଜାଗୃତି ସପ୍ତାହ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସପି ଏସ୍. ସୁଶ୍ରୀ କିଶୋରୀମାନଙ୍କୁ ଉତ୍ସାହିତ କରିବା ସହ ନିଜେ ଗୀତ ଗାଇଥିଲେ

ଏଥିସହ ନବରଙ୍ଗପୁର ପଡାଲଗୁଡା ପଞ୍ଚାୟତ ମାଝୀଗୁଡାଠାରେ ଥିବା ଦିନ ଦୟାଲ ଅନାଥ ଆଶ୍ରମରେ ପିଲାମାନଙ୍କ ସହ କିଛି ସମୟ ବିତାଇଥିଲେ ଏସପି ଓ ନବରଙ୍ଗପୁର ଜିଲ୍ଲାପାଳ । ପିଲାଙ୍କ ସହ ମିଶି ନାଚିଥିଲେ ଏସପି ଏସ୍. ସୁଶ୍ରୀ । ଛୋଟ ଛୋଟ ପିଲାଙ୍କ ସହ ସମୟ ବିତାଇ ବେଶ ଖୁସି ପ୍ରକାଶ କରିଛନ୍ତି ଏସପି । ସେହିପରି ତାଙ୍କରର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ଓ ଛାତ୍ରଛାତ୍ରୀ ବି ଭାରି ଖୁସି ।

Leave a Reply

Your email address will not be published. Required fields are marked *