ଆସନ୍ତା ଦୁଇ ଦିନ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା, ୟେଲୋୱାର୍ଣ୍ଣିଂ ଜାରି

Top Storise ରାଜ୍ୟ

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ଆଜି ଅର୍ଥାତ୍ ମଙ୍ଗଳବାର ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନାଗିରି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

Image

ସେହିପରି ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଯାଜପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ହଳଦିଆ ଚେତାବନୀ ଜାରି କରାଯାଇଛି। ଝଡ଼ବର୍ଷା ସତ୍ୱେ ରାଜ୍ୟରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି । ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରି ଉପରେ ରହିଥିଲା ।

ଉତ୍ତର-ପଶ୍ଚିମ ରାଜସ୍ଥାନ ରୁ ଦକ୍ଷିଣ-ଉତ୍ତରପ୍ରଦେଶ,ବିହାର ମଧ୍ୟ ଦେଇ ଉତ୍ତର-ବଙ୍ଗଳାଦେଶ ଯାଏଁ ପୂର୍ବ-ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯କିମି ଯାଏଁ ଲମ୍ବିଥିବା ନିମ୍ନ ଚାପ ରେଖା ତଥା ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ୧.୫କିମି ଉପରେ ଥିବା ଘୁର୍ଣ୍ଣି ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଛି ।

Leave a Reply

Your email address will not be published. Required fields are marked *