1.35 କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍,

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦେଶର ତିନି ପ୍ରମୁଖ ଦୂରସଂଞ୍ଚାର କମ୍ପାନୀ ରାଜସ୍ଥାନ ସରକାରଙ୍କ ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା ଯୋଜନାରେ ରୁଚି ଦେଖାଇଛନ୍ତି । ଏହି ଯୋଜନା ଅନୂଯାୟୀ ରାଜ୍ୟରେ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ ।

ଏଥିପାଇଁ ବିଡ୍ ବୁଧବାର ବିଡ୍ ଲଗାଯାଇଥିଲା । ଯେଉଁଥିରେ ବିଏସଏନଏଲ, ଏୟାରଟେଲ ଏବଂ ଜିଓ ଭାଗ ନେଇଥିଲେ । ସେହିପରି ଭିଆଇ ଏଥିରେ ଭାଗ ନେଇନାହିଁ । ସବୁ ପ୍ର୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟରେ ଦୀପାବଳି ପୂର୍ବରୁ ସ୍ମାର୍ଟଫୋନ ମିଳିପାରେ । ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଉଚ୍ଚ ସ୍ତରୀୟ ନିଲାମୀରେ ବିଡ୍ ଲଗାଯିବାପରେ ଚଳିତ ମାସରେ ଏହାକୁ ନେଇ ନିଷ୍ପତ୍ତି ନିଆଯିବ । ପ୍ରଦେଶର ବରିଷ୍ଠ ଅଧିକାରୀ ଏହି ପ୍ରକ୍ରିୟାକୁ ଖୁବଶୀଘ୍ର ପୂରା କରିବାକୁ ଚାହୁଛନ୍ତି ଫଳରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ(cm ashok gehlot)ଙ୍କ ଏହି ବଜେଟ୍ ଘୋଷଣା ପୂରଣ ହୋଇପାରିବ । ଯାହାର ବ୍ୟୟ ଅଟକଳ ୧୨ ହଜାର କୋଟି ଟଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ଚଳିତ ବର୍ଷ ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା(cm digital sewa scheme) ଯୋଜନା ଘୋଷଣା କରିଥିଲେ । ଏହା ଅନୂଯାୟୀ ରାଜ୍ୟରେ ୧.୩୫ କୋଟି ପରିବାର ମହିଳା ମୁଖ୍ୟଙ୍କୁ ତିନି ବର୍ଷର ଇଣ୍ଟରନେଟ୍ ସଂଯୋଗ ସହ ସ୍ମାର୍ଟଫୋନ୍ ଦିଆଯିବ । ଫୋନରେ ତିନି ବର୍ଷର ଇଣ୍ଟରନେଟ୍ ବ୍ୟତୀତ ଭଏଲ କଲ୍ ଏବଂ ଏସଏମଏସ୍ ର ସୁବିଧା ମିଳିବ ।

ଏଥି ସହିତ ଅଧିକାରୀମାନେ କହିଛନ୍ତି ଯେ ଏହି ଯୋଜନାରେ “ଚିରଞ୍ଜୀବୀ ପରିବାର’କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଦେବା ପାଇଁ ସରକାର ଏହି ମୋବାଇଲ୍ ବ୍ୟବହାର କରିବେ। ଏହା ସହିତ, ସେ ଏହା ମାଧ୍ୟମରେ ନିଜର ଜନ କଲ୍ୟାଣ ଯୋଜନାକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବେ ଏବଂ ଏହି ଯୋଜନାରେ ହିତାଧିକାରୀଙ୍କ ତଥ୍ୟ ରହିବ ।

Leave a Reply

Your email address will not be published. Required fields are marked *