ଲାଇନ୍ ଆସିଲା, ଜୀବନ ଚାଲିଗଲା

Top Storise ରାଜ୍ୟ

ଉଦଳା: ବିଦ୍ୟୁତ କାଟ ହୋଇଥିଲା। ଏହି ସମୟରେ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟରେ ଚଢ଼ି ସେଠାରୁ ଘରକୁ ସଂଯୋଗ ହୋଇଥିବା ତାରରେ ମରାମତି କାମ କରୁଥିଲେ। କିନ୍ତୁ ହଠାତ୍ ବିଦ୍ୟୁତ୍ ଆସି ଯିବାରୁ ଯୁବକ ଜଣଙ୍କ ତା’ ସଂସ୍ପର୍ଶରେ ଆସିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇକାଳି ଗାଁରେ।

ମୃତ ଯୁବକଙ୍କ ନାଁ ଆମାସ ଟୁଡୁ। ଆଜି ମଧ୍ୟାହ୍ଣରେ ତାଙ୍କ ଘରେ ବିଦ୍ୟୁତ୍ ସମସ୍ୟା ଦେଖାଯାଇଥିଲା। ତାଙ୍କ ଘରକୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଥିଲା। ତାଙ୍କ ଘରକୁ ବିଦ୍ୟୁତ୍ ଖୁଣ୍ଟିରୁ ଆସିଥିବା ତାରରେ ସମସ୍ୟା ଥିବା ସେ ଜାଣିବାକୁ ପାଇଥିଲେ। ଏହା ପରେ ଯେତେବେଳେ ବିଦ୍ୟୁତ୍ କାଟ ହୋଇଥିଲା, ସେ ନିଜେ ବିଦ୍ୟୁତ୍ ଖୁଣ୍ଟକୁ ଚଢ଼ି ତାଙ୍କ ଘରକୁ ଯାଇଥିବା ସର୍ଭିସ୍ ତାରକୁ ସଜାଡ଼ୁଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆସିଯାଇଥିଲା। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *