୪ କେଜି ସୁନା ଓ ୧୮୫ କେଜି ରୁପା ଜବତ; ୪ ଅଟକ

Top Storise ରାଜ୍ୟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଳ ଜଙ୍କସନ୍‌ରୁ ଏକ କାରରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫.୫ କେଜି ରୁପା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ୍‌। ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ବଡ଼ ବଜାରକୁ ଏହି ସୁନା ଓ ରୁପା ଚାଲାଣ ହେଉଥିଲା। କାର୍‌ରେ ଲୁଚାଇ ଏହି ସୁନା ଓ ରୁପାକୁ ନିଆଯାଉଥିଲା।

ପୁଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି। ସମସ୍ତେ ତାମିଲନାଡୁର ବୋଲି ଜଣାପଡ଼ିଛି।

ପୁଲିସ୍ ଘଟଣା ସଂପର୍କରେ ପଚରାଉଚର କରୁଥିବା ବେଳେ GST ଓ IT ଡିପାର୍ଟମେଣ୍ଟକୁ ମଧ୍ୟ ଅବଗତ କରିଛି। GST ଫାଙ୍କିବା ପାଇଁ ଏତେ ପରିମାଣର ସୁନା ଓ ରୁପାକୂ ଲୁଚାଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *