ଦରବୃଦ୍ଧି ଚିନ୍ତା: ଧାର୍ଯ୍ୟ ସମୟ ପୂର୍ବରୁ ମୁଦ୍ରା ନୀତି କମିଟିର ବୈଠକ ଡାକିଲା ରିଜର୍ଭ ବ୍ୟାଙ୍କ

Top Storise ଦେଶ- ବିଦେଶ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟିର ସ୍ୱତନ୍ତ୍ର ବୈଠକ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ଏମପିସି ସମିତିର ଏହି ଅତିରିକ୍ତ ବୈଠକ ସମୟ ସମୟରେ ଅନୁଷ୍ଠିତ ହୋଇଥାଏ। ନିୟମିତ ସମୟଠାରୁ ଏହା ଭିନ୍ନ ସମୟରେ ହୋଇତାଏ। ଦେଶରେ ଜାରୀ ରହିଥିବା ମହଙ୍ଗା ମାଡ଼ ମଧୟରେ ଆରବିଆଇ ଏହି ସ୍ୱତନ୍ତ୍ର ବୈଠକ ଡାକିଛି। ୧୨ ଅକ୍ଟୋବରରେ ପ୍ରକାଶିତ ଖାଉଟି ମୁଦ୍ରାସ୍ପିତି ହାର(ସିପିଆଇ) ୭.୪୧% ରହିଥିଲା। ଯାହା ଗତ ତିନି ତ୍ରୈମାସିକରେ ସର୍ବାଧିକ ରହିଛି। ଯାହା ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ୨ରୁ ୬% ରୁ ଉର୍ଦ୍ଦରେ ରହିଛି।

ଏକ ବିବୃତ୍ତିରେ ଆରବିଆଇ କହିଛି: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅଧିନିୟମ ୧୯୩୪ ର ଧାରା ୪୫ZN ଅନୁଯାୟୀ ଆରବିଆଇ ମୁଦ୍ରା ନୀତି କମିଟି (ଏମପିସି) ର ଏକ ଅତିରିକ୍ତ ବୈଠକ ସ୍ଥିର ହୋଇଛି। ଶେଷ ବୈଠକ ୨୮ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯାହା ପରେ ରେପୋ ହାର ୫.୯ ପ୍ରତିଶତକୁ ସଂଶୋଧିତ ହୋଇଥିଲା। ଚଳିତ ବର୍ଷର ଶେଷ ଏମପିସି ବୈଠକ ଡିସେମ୍ବର ୫-୭ ରେ ଅନୁଷ୍ଠିତ ହେବାର ଥିଲା।

Leave a Reply

Your email address will not be published. Required fields are marked *