ପ୍ରକାଶ ପାଇଛି OJS-୨୦୨୧ ରେଜଲ୍‌ଟ: ଆଦ୍ୟାଶା ମିଶ୍ର ଟପ୍ପର

Top Storise ରାଜ୍ୟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି OJS-୨୦୨୧ ରେଜଲ୍ଟ। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି।

ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ପଞ୍ଚମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ ସୁସ୍‌ମିତା ମିଶ୍ର, ନବମରେ ସିତେଶ ମହାନ୍ତି, ଦଶମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ଅଧିକାରୀ କରିଛନ୍ତି।

ଟପ୍ପର ହୋଇଥିବା ଆଦ୍ୟାଶା ମିଶ୍ର କହିଛନ୍ତି, ପ୍ରଥମ ସୁଯୋଗରେ ଏହି ସଫଳତା ପାଇଛି। ପରୀକ୍ଷା ଭଲ ହୋଇଥିଲା। କିନ୍ତୁ ଟପ୍‌ ହେବି ବୋଲି ଭାବିନଥିଲି। ଏଥିପାଇଁ ବହୁ ପରିଶ୍ରମ କରିଥିଲି। ଏହାଛଡ଼ା ସିନିୟରଙ୍କ ସହଯୋଗ ଓ ବାପାମାଆଙ୍କ ଆଶୀର୍ବାଦ ଥିଲା ବୋଲି ଆଦ୍ୟାଶା କହିଛନ୍ତି।

ଆଦ୍ୟାଶାଙ୍କ ଘର ଅନୁଗୋଳ ଜିଲ୍ଲାରେ। ତାଙ୍କ ବାପା ଓୟୁଏଟି ପ୍ରଫେସର ଭାବେ ଚାକିରି କରୁଥିବାରୁ ସେ ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ଭୁବନେଶ୍ୱର ଡିଏଭିରୁ ପାଠ ପଢ଼ା ଆରମ୍ଭ କରିଥିଲେ। ଏହା ପରେ ୟୁନିଭର୍ସଟି ଲ’ କଲେଜରୁ ଏଲ୍‌ଏଲ୍‌ବି ପାସ୍‌ କରିଥିଲେ।

୧୨ ସ୍ଥାନ ଅଧିକାର କରିଥିବା ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି, ପ୍ରଥମ ସୁଯୋଗରେ ଏହି ସଫଳତା ମିଳିଛି। ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ଧରି ପାଠ ପଢ଼ୁଥିଲି। ବଡ଼ବାପାଙ୍କ ଗାଇଡ୍‌ରେ ପାଠ ପଢ଼ୁଥିଲି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *