SBI gives opportunity, fresher get recruitment, application start soon

SBI ଦେଲା ସୁଯୋଗ, ନବାଗତ ପାଇବେ ନିଯୁକ୍ତି, ଖୁବଶୀଘ୍ର ଆବେଦନ ଆରମ୍ଭ

Top Storise ଦେଶ- ବିଦେଶ ରାଜ୍ୟ

ବ୍ୟୁରୋ : SBI ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେଲା ଖୁସି ଖବର। ପୁଣି ୧୦୩୧ ପଦବୀରେ ହେବ ନିଯୁକ୍ତି। ଯୋଗ୍ୟତା ଥିଲେ ଆପଣ ମଧ୍ୟ ହାସଲ କରିପାରିବେ ନିଜ ପଦବୀ। ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ଆବେଦନ ପାଇଁ ମଧ୍ୟ ପୋର୍ଟାଲ ଆରମ୍ଭ ହେବ।

ଭାରତର ଲୋକସଂଖ୍ୟା ବଢୁଛନ୍ତି, ଲୋକଙ୍କ ଚାହିଦା ମୁତାବକ ବ୍ୟାଙ୍କ ବି ବଢୁଛି। ଆଉ ନୂଆ ବ୍ୟାଙ୍କ ପାଇଁ ଲୋଡା ପଡୁଛନ୍ତି ନୂଆ ପ୍ରାଥୀ। ଏଥିପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି SBI। ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍‌ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି । ଯାହାର ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଉପଯୁକ୍ତ ପ୍ରାର୍ଥୀମାନେ ଖୁବ୍‌ଶୀଘ୍ର ଆବେଦନ କରିପାରିବେ । ବିଶେଷକରି SBI ପ୍ରକାଶ କରିଥିବା ବିଜ୍ଞପ୍ତିରେ ୩ଟି ବିଭାଗ ପାଇଁ ଏହି ପଦବୀ ରହିଥିବା କୁହାଯାଇଛି ।

ଚଳିତ ବର୍ଷ ନିଯୁକ୍ତି ହେବାକୁଥିବା ପଦବୀ

୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର

୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର

୩. ସପୋର୍ଟ ଅଫିସର

ଏହି ସମସ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୩୦.୦୪.୨୦୨୩ ଯାଏଁ ଏହା ଚାଲୁରହିବା ନେଇ କୁହାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏବେଠୁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ଏହି ସମସ୍ତ ପଦବୀରେ ଚାକିରି ପାଇବେ ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।

ଏହି ପଦବୀରେ କେତେ ମିଳିବ ଦରମା ?

୧. ଚ୍ୟାନେଲ ମ୍ୟାନେଜର ସୁପରଭାଇଜର ପଦବୀରେ ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କୁ ମାସିକ ୩୬,୦୦୦ ଟଙ୍କା ମିଳିବ ।

୨. ଚ୍ୟାନେଲ ମ୍ୟାନେଜର ଫାସିଲିଟର ପଦବୀ ପାଇଁ ଯଦି ଆପଣ ମନୋନୀତ ହୁଅନ୍ତି ତେବେ ଆପଣଙ୍କୁ ମାସିକ ୪୧,୦୦୦ ଟଙ୍କା ଦରମା ଦେବ SBI ।

୩. ସପୋର୍ଟ ଅଫିସର ଭାବେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବି ମାସିକ ୪୧,୦୦୦ ଟଙ୍କା ମିଳିବ ।

Leave a Reply

Your email address will not be published. Required fields are marked *