ଭୁବନେଶ୍ବର : ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ସତ୍ୟନଗର ସ୍ଥିତ ଏସ୍ କୁମାର ଙ୍କ ଘରେ ପଶି ତାଙ୍କ ମାଙ୍କ ସହ କିଛି ଦୁର୍ବୁତ୍ତ ଅସଦାଚରଣର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ମୁତାବକ, ସତ୍ୟନଗରର ଏସ୍ କୁମାର ଓ ପ୍ରେସ କଲୋନୀର ଏକ ଯୁବତୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ମନ୍ଦିରର ବିବାହ କରିଥିଲେ। କିଛିଦିନ ପରେ ଏହି ଘଟଣା ଘରେ ଜାଣିବାକୁ ପାଇଲେ ଯାହାକୁ ନେଇ ଯୁବତୀଙ୍କ ଘରେ ଉତକ୍ଷୀପ୍ତ ହୋଇ ଏସ୍ କୁମାର ଙ୍କୁ ହତ୍ୟା ଧମକ ଦେବା ସହ ଆକ୍ରମଣ ମଧ୍ୟ କରିଥିଲେ। ଏପରିକି ପରିବାର ଲୋକେ ଯୁବକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଯୁବତୀ ଙ୍କ ମାମୁଁ ଏକ ବଡ ବାବୁ ବୋଲି ସ୍ପଷ୍ଟ ହୋଇଛି। ଏସ୍ କୁମାରଙ୍କ ଅଭିଯୋଗ ମୁତାବକ ଯୁବତୀଙ୍କ ମାମୁଁ ସମସ୍ତ ଘଟଣାର ସୂତ୍ରଧର। ସେ ହିଁ ତାଙ୍କ ଶକ୍ତି ପ୍ରଦର୍ଶନ କରି ଏପରି ଘଟଣା ଭିଆଉଛନ୍ତି। ଅନ୍ୟପଟେ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।