ଶାନ୍ତି ଦେବ ବଟବୃକ୍ଷ

Top Storise ଜୀବନଚର୍ଯ୍ୟା

ପୁରାଣ ଶାସ୍ତ୍ର ଅନୁସାରେ ବରଗଛକୁ ଦେବବୃକ୍ଷ ବୋଲି ପୂଜାର୍ଚ୍ଚନା କରାଯାଇଥାଏ । ଏହି ବୃକ୍ଷରେ ତ୍ରିଦେବ ବାସ କରୁଥିବାର ମାନ୍ୟତା ମଧ୍ୟ ରହିଛି। ଏହାସହ ଲୋକ ବିଶ୍ୱାସ ଅନୁଯାୟୀ ବରଗଛର ମୂଳରେ ବ୍ରହ୍ମା , ଗଣ୍ଡିରେ ବିଷ୍ଣୁ ଓ ଡ଼ାଳପତ୍ରରେ ସ୍ୱୟଂ ଶିବ ବାସ କରନ୍ତି । ଏଥିପାଇଁ ବରଗଛକୁ ପୂଜା କରିବା ଦ୍ୱାରା ତ୍ରିଦେବ ପ୍ରସନ୍ନ ହୋଇ ଧନ ସମ୍ପତି ପ୍ରଦାନ କରିବା ସହ ଏହାଦ୍ବାରା ମହିଳାମାନେ ସୈାଭାଗ୍ୟବତୀ ହୋଇଥାନ୍ତି । ବରଗଛ ପୂଜା କରିବା ଦ୍ବାରା କେତେକ ବିଶେଷ ସୁଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । – ସାଧାରଣତଃ ଧ୍ୟାନ ପୂର୍ବକ ବରଗଛକୁ ପୂଜା କରି ସୂତା ବାନ୍ଧିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । – ଯଦି କୈାଣସି ବ୍ୟକ୍ତିଙ୍କର ଲଗାତାର ଭାବରେ ଚାକିରିରେ ସମସ୍ୟା ସୃଷ୍ଟି ହେଉଛି ତେବେ ପ୍ରତ୍ୟେକ ଦିନ ବରଗଛ ତଳେ ଗୋଟିଏ ଦ୍ୱୀପ ଲଗାନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କାମ ସହଜ ହେବା ସହ ସଫଳତା ମିଳି ପାରିବ । – ଯଦି କୈାଣସି ବ୍ୟକ୍ତିଙ୍କୁ ବ୍ୟବସାୟରେ ଲାଭ ମିଳୁନାହିଁ ତେବେ ଶନିବାର ଦିନ ବରଗଛ ଗଣ୍ଡିରେ ହଳଦୀ ଓ କେଶର ଅର୍ପଣ କରନ୍ତୁ । ଏଭଳି କରିବା ଦ୍ବାରା କାର୍ଯ୍ୟରେ ନିଶ୍ଚିତ ଭାବେ ସଫଳତା ମିଳିବ ବୋଲି ମାନ୍ୟତା ରହିଛି । – ସ୍ୱାମୀ ଓ ପୁତ୍ରଙ୍କ ନିରୋଗ ଓ ଦୀର୍ଘାୟୁ ଲାଗି ସୋମବାର ଓ ଶୁକ୍ରବାର ବରଗଛ ମୂଳରେ କ୍ଷୀର ଢାଳି ପୂଜା କରନ୍ତୁ ନିଶ୍ଚୟ ସଫଳତା ପ୍ରାପ୍ତିହେବ । – ଯଦି ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହୁଛି ତେବେ ଶୁକ୍ରବାର ବରପତ୍ରରେ ବଟା ହଳଦୀରେ ସ୍ୱସ୍ତିକ ଚିହ୍ନ ଆଙ୍କି ଏହି ପତ୍ରକୁ ଘର ଆଲମାରୀରେ ରଖନ୍ତୁ । କିଛି ଦିନ ଭିତରେ ଘରକୁ ଅର୍ଥ ଆସିବାର ବାଟ ଖୋଲିଯିବ । – ଯଦି ଆପଣଙ୍କ ଜୀବନରେ ଲଗାତାର ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ତେବେ ବରଗଛ ତଳେ ଶୁଦ୍ଧ ଘିଅଦ୍ୱୀପ ଜଲାଇ ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ଦ୍ୱାରା ସମସ୍ୟା ଦୂର ହୋଇ ସୁଖ ଶାନ୍ତି ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *