ଭୁବନେଶ୍ୱର : ମନପସନ୍ଦର ଜଳଖିଆ କଥା କହିଲେ ପ୍ରଥମେ ଆସେ ସିଙ୍ଗଡ଼ା । ସନ୍ଧ୍ୟାବେଳେ ଗୋଟେ କପ୍ ଚା ସାଙ୍ଗକୁ ଦୁଇ ଚାରୋଟି ସିଙ୍ଗଡ଼ା ମିଳିଗଲେ ମଜା ଆସିଯାଏ । ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସିଙ୍ଗଡ଼ାର ସ୍ୱାଦ ସମସ୍ତେ ଚାଖିଛନ୍ତି । କିନ୍ତୁ ଆଫ୍ରିକାରେ ଏଭଳି ଏକ ଦେଶ ରହିଛି ଯେଉଁଠି ସିଙ୍ଗଡ଼ାର ସ୍ୱାଦ କଥା ଛାଡ଼ନ୍ତୁ ସେ ଦେଶର ମାଟିରେ ଏହାର ବାସ୍ନା ବି ପହଁଚିପାରେନି । ଏଠାକାର ସୋମାଲିଆରେ ସିଙ୍ଗଡ଼ା ଖାଇବା, ତିଆରି କରିବା ଏବଂ ବିକ୍ରି କରିବା ନିଷେଧ । କେହି ମଧ୍ୟ ଘରେ ଲୁଚିଛପି ଏହି ଖାଦ୍ୟଟି ତିଆରି କରିପାରିବେ ନାହିଁ । ଯଦିଓ ୨୦୧୧ ପୂର୍ବରୁ କେହି କେହି ଏହି ଲୋକପ୍ରିୟ ସ୍ନାକ୍ସର ସ୍ୱାଦ ନେଇଥିଲେ କିନ୍ତୁ ୨୦୧୧ ମସିହା ପରଠାରୁ ସେ ଦେଶରେ ସଂପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଗଲା ।କେବଳ ସିଙ୍ଗଡ଼ା ନୁହେଁ, ଏଠାରେ ଯେକୈାଣସି ତ୍ରିଭୁଜାକାର ଖାଦ୍ୟ ମଧ୍ୟ ଏହି ଦେଶରେ ନିଷିଦ୍ଧ ହୋଇଛି । କାରଣ ସେ ଦେଶରେ ମୈାଳବାଦୀ ଧର୍ମଗୁରୁମାନଙ୍କର ବିଶ୍ୱାସ ଅନୁସାରେ ତ୍ରିଭୁଜାକାର ବସ୍ତୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ପବିତ୍ର । ସେଠାକାର ଧର୍ମଗୁରୁ ମାନେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କୁ ସଦ୍ୟ କରିପାରନ୍ତି ନାହିଁ । ତେଣୁ ସିଙ୍ଗଡ଼ା ଖାଇବା ଏଠାରେ ନିଷିଦ୍ଧ । ଯଦି କେହି ଏହି ନିୟମକୁ ଅମାନ୍ୟ କରନ୍ତି ତେବେ ତାଙ୍କୁ କଡ଼ା ଶାସ୍ତି ମିଳିଥାଏ । ଖାଲି ଏତିକି ନୁହେଁ ବରଂ ସିଙ୍ଗଡ଼ା ବ୍ୟତୀତ ତ୍ରିକୋଣାକାର ପେଷ୍ଟ୍ରି, ପେଟିସ୍ ଅନ୍ୟ କୈାଣସି ସ୍ନାକ୍ସ ବି ଏହି ଦେଶରେ ଦେଖିବାକୁ ମିଳେ ନାହିଁ ।

