Lulu Group ଭାରତର ଏହି ସହରରେ ନିର୍ମାଣ କରିବ ସବୁଠୁ ବଡ଼ ମଲ୍, ୩ ହଜାର ଲୋକଙ୍କୁ ମିଳିବ ଚାକିରି

Uncategorized

ନୂଆଦିଲ୍ଲୀ: ୟୁଏଇର ଲୁଲୁ ଗ୍ରୁପ ଅହମଦାବାଦରେ ଭାରତର ସବୁଠାରୁ ବଡ଼ ମଲ ନିର୍ମାଣ କରିବାକୁ ଯାଉଛି। ଏହି ମାଲ ପାଇଁ ଲୁଲୁ ଗ୍ରୁପ ଇଣ୍ଟରନେସନାଲକୁ ପୂର୍ବରୁ ଜମି ମିଳିଯାଇଛି। ଏଏନଆଇ ରିପୋର୍ଟ ମୁତାବକ, ନିର୍ମାଣ ପାଇଁ ୪ ହଜାର କୋଟି ଖୋର୍ଚ୍ଚ ହେବ ବୋଲି ଅନୁମାନ ଲଗାଯାଇଛି। ଲୁଲୁ ଗ୍ରୁପ ଇଣ୍ଟରନେସନାଲର ସିଏମଡି ଏମଏ ୟୁସୁଫ ଅଲୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ ବୋଲି ଆଶା ରହିଛି। ୬୫ ହଜାରରୁ ଅଧିକ ୱାର୍କଫୋର୍ସର ଏହି ଗ୍ରୁପ ୪୨ଟି ଦେଶରେ ନିଜର ବ୍ୟବସାୟ ଚଳାଇଛି। ଏହାର ବାର୍ଷିକ ଟର୍ଣ୍ଣଓଭର ୮ ଅରବ ଡଲାର ଅଟେ।

ଲୁଲୁ ଗ୍ରୁପ ଇଣ୍ଟରନେସନାଲର ସିଏମଡି ଏମଏ ୟୁସୁଫ ଅଲୀ ୟୁଏଇ ସ୍ଥିତ ରିଟଏଲରର ଭାରତରେ ନିବେଶ କରିବାକୁ ଯୋଜନାରେ ଖୁସି ଅଛି। ଭାରତରେ ନିବେଶ କରିବାକୁ ଖୁସି ହୋଇ ଅଲୀ କହିଛନ୍ତି ଯେ, ସେ ଭାରତୀୟଙ୍କୁ ରୋଜଗାର ଦେବାରେ ଖୁସି ଅଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, କମ୍ପାନୀକୁ କେନ୍ଦ୍ର ଏବଂ ମନ୍ତ୍ରାଳୟ ଠାରୁ ପୂର୍ଣ୍ଣ ସମର୍ଥନ ମିଳିଛି। ଖବର ମୁତାବକ, ସିଏମଡି କହିଛନ୍ତି ଯେ, ଏହା ଆମ ଦ୍ୱାରା ଉଦଘାଟନ କରାଯାଇଥିବା ସବୁଠାରୁ ବଡ଼ ପରିଯୋଜନାମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ହାରାହାରି ୩,୫୦,୦୦୦ ବର୍ଗ ଫୁଟରେ ନିର୍ମାଣ ହେବାକୁ ଯାଉଛି। ଏଥିସହ ଏହା ୩ ହଜାର ଯୁବକ ଏବଂ ଯୁବତୀ ଏଠାରେ କାମ କରୁଛନ୍ତି। ମୋର ସାଥୀ ନାଗରିକମାନଙ୍କୁ ରୋଜଗାର ଯୋଗାଇ ମୁଁ ବହୁତ ଖୁସି।

Leave a Reply

Your email address will not be published. Required fields are marked *