ରାକ୍ଷୀ ପୂର୍ଣ୍ଣିମାରେ ମିଳିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା । କୋରାପୁଟ ଜୟପୁରରେ ତୃତୀୟ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକାଥରେ ୧ କୋଟି ହିତାଧିକାରୀଙ୍କ ଖାତାକୁ ଗଲା ୫ହଜାର ଟଙ୍କା
ଆଜିର ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଏଥିରେ ସାମିଲ କରିବାକୁ ଆଉଥରେ ସର୍ଭେ ହେବ । ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଦିଆଯାଇଥିଲା।
ସୁଭଦ୍ରା କିସ୍ତି ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି କୋରାପୁଟ ବିକାଶର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।କୋରାପୁଟର ବିକାଶ କରିବାକୁ ସରକାର ସଂକଳ୍ପ ନେଇଛନ୍ତି । ଆଜିଠୁ ଦକ୍ଷିଣାଞ୍ଚଳର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ କରାଯାଇଛି ।

