ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା, କାହିଁକି ଜାଣନ୍ତୁ ଏହି ରିପୋର୍ଟରେ

ମନୋରଞ୍ଜନ

ଏବେ କପିଲ ଶର୍ମାଙ୍କ ସମୟ ଭଲ ଚାଲିନଥିବା ବଲିଉଡରେ ଚର୍ଚ୍ଚା ହେଉଛି। କାରଣ ୪୦ ଦିନ ଭିତରେ ତାଙ୍କର କାନାଡା ସ୍ଥିତ କାଫେ ଉପରେ ଦୁଇଥର ଗୁଳିମାଡ଼ ହେଇଛି।

ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ କପିଲ ଶର୍ମା

ଖୋଲାଖୋଲି ଧମକ ଆଉ ଗୁଳିମାଡ଼ । କାନାଡାରେ ଥିବା କାଫେ ଉପରେ ଗୁଳିମାଡ଼ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛି । କେବଳ ସେତିକି ନୁହେଁ ଆକ୍ରମଣ ପଛରେ କପିଲଙ୍କ ସଲମାନ ଖାନଙ୍କ ସହ ବନ୍ଧୁତା ବୋଲି କହିଛି ଗ୍ୟାଙ୍ଗଷ୍ଟର ଗ୍ୟାଙ୍ଗ ।

ଅଡିଓ କ୍ଲିପରେ ଧମକ

ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ । ଗ୍ୟାଙ୍ଗର ଜଣେ ସଦସ୍ୟ ହେରି ବକ୍ସରର ଏକ ଅଡିଓ କ୍ଳିପ ହଇଚଇ ସୃଷ୍ଟି କରିଛି। ଧମକପୂର୍ଣ୍ଣ ଅଡିଓରେ କୁହାଯାଇଛି ସଲମାନ୍‌ ଖାନ୍‌ଙ୍କ ସାଙ୍ଗ ହେବାର ପରିଣାମ ଭୋଗିଛନ୍ତି କପିଲ । ଶୋ’ରେ ସଲମାନ୍‌ଙ୍କୁ ନିମନ୍ତ୍ରଣ କରିଥିବାରୁ କାଫେ ଉପରେ ଗୁଳିମାଡ଼ କରାଯାଇଛି ।

ସଲମାନଙ୍କ ସହ କାମ କଲେ

ଯିଏ ସଲମାନ୍‌ଙ୍କ ସହ କାମ କରିବ ସେ ମରିବ । ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ଆଉ ଧମକ ଦିଆଯିବନି । ଏଣିକି ଗୁଳି ସିଧା ଛାତିରେ ଫୁଟିବ। ମୁମ୍ବାଇର ସମସ୍ତ କଳାକାର-ପ୍ରଯୋଜକଙ୍କ ପାଇଁ ଏକ ଚେତାବନୀ । ମୁମ୍ବାଇକୁ ଏତେ ଭୟାବହ କରିଦେବୁ ଯେ କେହି କଳ୍ପନା ମଧ୍ୟ କରିନଥିବେ ।କିଛି ଦିନ ହେବ କପିଲ ଆଉ ସଲମାନଙ୍କ ମଧ୍ୟରେ ସଂପର୍କ ବଢ଼ିଛି। କପିଲଙ୍କ ସୋକୁ ସଲମାନ୍ ଅନେକ ଥର ଅତିଥି ହେଇ ଆସିଛନ୍ତି।

ସଲମାନଙ୍କ ସହ ଶତ୍ରୁତା

ତେବେ ସଲମାନ ଓ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା କଥା ସମସ୍ତଙ୍କୁ ଜଣା । ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେବା ସହ ଅନେକ ବାର ଚେଷ୍ଟା କରି ବିଫଳ ହୋଇଛି ଲରେନ୍ସ । ଜେଲରେ ଥାଇ ମଧ୍ୟ ଧମକ ଦେଉଛି ଗ୍ୟାଙ୍ଗଷ୍ଟର ବିଷ୍ଣୋଇ ।

ଡି କମ୍ପାନୀକୁ ଫଲୋ

ଗୋଟିଏ ରିପୋର୍ଟରେ କୁହାଯାଉଛି ଲରେନ୍ସ ଗ୍ୟାଙ୍ଗ D କମ୍ପାନୀକୁ ଫଲୋ କରୁଛି । ପୂର୍ବରୁ ଏହି ଗ୍ୟାଙ୍ଗ ପଞ୍ଜାବର ଅଭିନେତା ଓ ଗାୟକମାନଙ୍କୁ ବଟି ପାଇଁ ଟାର୍ଗେଟ କରୁଥିଲା। କିନ୍ତୁ ଏବେ କପିଲ ଶର୍ମାଙ୍କ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିବାର ଚାହୁଁଛି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କପିଲ ଶର୍ମାଙ୍କୁ ଧମକ ଦିଆଯାଇଥିବା ପୋଷ୍ଟରେ ଶୁଭମ ଲୋଙ୍କରଙ୍କ ନାମ ଅଛି। ଶୁଭମ ଲୋଙ୍କର ଲରେନ୍ସଙ୍କର ନିକଟତମ ଭାବେ ଗଣାଯାଏ।

Leave a Reply

Your email address will not be published. Required fields are marked *