ବିତ୍ତ ମନ୍ତ୍ରଣାଳୟ ଜିଏସଟି କାଉନସିଲର ମନ୍ତ୍ରୀଙ୍କୁ ଏକ ନୂତନ ପ୍ରସ୍ତାବ ପଠାଇଛି, ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ ଦେଶରେ ଜିଏସଟି ବ୍ୟବସ୍ଥା ଅଧୀନରେ ୪ଟି ଜିଏସଟି ସ୍ଲାବ୍ ରହିଛି – ୫%, ୧୨%, ୧୮% ଏବଂ ୨୮%। ଏହା ବଦଳରେ ଏବେ କେବଳ ୨ଟି ଜିଏସଟି ସ୍ଲାବ୍ – ୫% ଓ ୧୮% ରହିବା ଉଚିତ
। ଏହା ସହିତ, ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଜିଏସଟି କାଉନସିଲର ମନ୍ତ୍ରୀ ଗୋଷ୍ଠୀଙ୍କୁ ଏହା ମଧ୍ୟ ପ୍ରସ୍ତାବ ଦେଇଛି ଯେ, ୯୦% ସାମଗ୍ରୀ, ଯାହା ଉପରେ ବର୍ତ୍ତମାନ ୨୮% ଜିଏସଟି ଲାଗୁ ହେଉଛି, ତାହାକୁ ୧୮% ଜିଏସଟି ସ୍ଲାବ୍କୁ ସ୍ଥାନାନ୍ତର କରାଯିବା ଉଚିତ। ସେହିପରି, ୯୯% ସାମଗ୍ରୀ, ଯାହା ବର୍ତ୍ତମାନ ୧୨% ଜିଏସଟି ସ୍ଲାବ୍ରେ ରହିଛି, ତାହାକୁ ୫% ଜିଏସଟି ସ୍ଲାବ୍କୁ ସ୍ଥାନାନ୍ତର କରାଯାଉ।
‘ଜିଏସଟି ହାରରେ ଆସିବ ହ୍ରାସ’
ବିତ୍ତ ମନ୍ତ୍ରଣାଳୟର ମତ ଅନୁଯାୟୀ, ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଅନେକ ଜରୁରୀ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ ପାଇବ ଏବଂ ସେଗୁଡ଼ିକ ଶସ୍ତା ହେବ। ଏହାର ସିଧାସଳଖ ଲାଭ ସାଧାରଣ ଜନତାଙ୍କ ସହ ମଧ୍ୟବିତ୍ତ, କୃଷକ ଓ ମହିଳାଙ୍କୁ ମିଳିବ।
ଏହା ସହିତ, ବିତ୍ତ ମନ୍ତ୍ରଣାଳୟ ଏହା ମଧ୍ୟ ପ୍ରସ୍ତାବ ଦେଇଛି ଯେ, ତମାଖୁ ଜାତୀୟ ପଦାର୍ଥ, ଯାହା ବର୍ତ୍ତମାନ ୨୮% ଜିଏସଟି ସ୍ଲାବ୍ରେ ରହିଛି, ତାହାକୁ ୪୦% ଜିଏସଟି ସ୍ଲାବ୍କୁ ସ୍ଥାନାନ୍ତର କରାଯାଉ, ଯେଉଁଥିରେ ଗୁଟଖା, ସିଗାରେଟ୍ ଆଦି ଅନ୍ତର୍ଭୁକ୍ତ।

