ଏଥର ବିହାର ବିଧାନସଭା ନିର୍ବାଚନ କିଛି ଅଲଗା ହେବାକୁ ଯାଉଛି। ଫାଇଟ ଜୋରଦାର ହେବ । ବିଜେପି- ଜେଡିୟୁ ମେଣ୍ଟକୁ ସହଜରେ ବାଟ ଛାଡ଼ିବେନି ବିରୋଧୀ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିହାରରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିବେ । ଶାସାରାମଠାରୁ ଯାତ୍ରା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖରେ ପାଟନାରେ ଶେଷ ହେବ । ବିହାର ପ୍ରଦେଶ କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂହ ଏନେଇ ସୂଚନା ଦେଇଛନ୍ତି ।
ବିହାରରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ସ୍ୱତନ୍ତ୍ର ବିସ୍ତୃତ ସଂଶୋଧନରେ ପ୍ରାୟ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିବା ଅଭିଯୋଗ ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକାରୁ ଯେପରି କେହି ବାଦ୍ ନପଡ଼ିବେ, ସେନେଇ ଯାତ୍ରାରେ ଲୋକଙ୍କୁ ରାହୁଲ ସଚେତନ କରିବେ ।
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିମେଣ୍ଟ ସପକ୍ଷରେ ମଧ୍ୟ ପ୍ରଚାର କରାଯିବ । ଭୋଟ୍ ଅଧିକାର ଯାତ୍ରା ପାଇଁ ରାହୁଲ ଗାନ୍ଧୀ ଅଗଷ୍ଟ ୨୦, ୨୫ ଏବଂ ୩୧ ତାରିଖକୁ ଛାଡ଼ି ରବିବାର ଠାରୁ ସେପ୍ଟେମ୍ୱର ୧ ତାରିଖ ପର୍ଯ୍ୟନ୍ତ ବିହାରରେ ରହିବେ ।
ଏଥର ନିର୍ବାଚନ ପୂର୍ବରୁ ନୀତିଶ କୁମାର ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି। ନିର୍ବାଚନକୁ ନିଜ ପଟକୁ ନେବାକୁ ନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବିହାରବାସି ନିଷ୍ପତି ନେବେ କିଏ ବସିବ ଶାସନ ଗାଦିରେ।

