NCERT ବହିରେ ସ୍ଥାନ ପାଇଲା ଅପରେସନ ସିନ୍ଦୂର । ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟପୁସ୍ତକରେ ଅପରେସନ ସିନ୍ଦୂରକୁ ସ୍ଥାନ ଦିଆଯାଇଛି । ଏନେଇ ସ୍ପେଶାଲ୍ ମଡ୍ୟୁଲ୍ ଆଣିଛି NCERT।
ଅପରେସନ ସିନ୍ଦୂର ବିଷୟରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛି ଏନସିଇଆରଟି । ଯାହା ଦ୍ୱାରା ପିଲାଏ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଜାଣି ପାରବେ ।
ଏହି କ୍ଲାସରୁମ୍ ମଡ୍ୟୁଲରେ ଭାରତର କୂଟନୈତିକ ବିଜୟ, ସେନାର ସାହସ, ଆତଙ୍କବାଦ ବିରୋଧୀ କଡ଼ା ଆଭିମୁଖ୍ୟ, ସାମରିକ ଶକ୍ତି, ବିଭିନ୍ନ ମନ୍ତ୍ରଣାଳୟ ଭିତରେ ସମନ୍ବୟ ରକ୍ଷା ସ୍ଥାନ ପାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତର ଅପରେସନ ସିନ୍ଦୂର ପ୍ରସଙ୍ଗରେ ପିଲାଙ୍କୁ ପଢାଯିବ । ପହଲଗାଲ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଥିଲା ଭାରତ ।
ତେବେ ଏହି ମଡ୍ୟୁଲର ଦୁଇଟି ସଂସ୍କରଣ ଜାରି କରାଯାଇଛି । ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ (ତୃତୀୟରୁ ଅଷ୍ଟମ ଶ୍ରେଣୀ) ‘ଅପରେସନ୍ ସିନ୍ଦୂର: ବୀରତ୍ୱର ଗାଥା’ ଏବଂ ଉଚ୍ଚ ମାଧ୍ୟମିକ ସ୍ତର (ନବମରୁ ଦ୍ୱାଦଶ ଶ୍ରେଣୀ) ପାଇଁ ‘ଅପରେସନ୍ ସିନ୍ଦୂର: ସମ୍ମାନ ଓ ସାହସର ମିଶନ’।

