ସାରା ରାତି ଝରକା ରେଲିଂରେ ଫସି ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ

ରାଜ୍ୟ

କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା।ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ସାରା ରାତି ବିଦ୍ୟାଳୟ ଘରର ଝରକା ରେଲିଂରେ ଫସି ରହିଥିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ। ସକାଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଛାତ୍ରୀ ଜଣକ ସୁସ୍ଥ ଅଛନ୍ତି। ଗୁରୁବାର ବାଂଶପାଳ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଞ୍ଜର ଠାରେ ଦ୍ଵିତୀୟ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟ ଭିତରେ ରହିଯାଇଥିଲେ।  ଆଜି ବିଦ୍ୟାଳୟ ଗେଟ୍ ଖୋଲି ତାକୁ ବାହାର କରା ଯାଇଥିଲା। ପରେ ତାକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଉକ୍ତ ଘଟଣାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରହରି ମହାନ୍ତଙ୍କୁ ସସପେଣ୍ଡ କରିଛି ବିଭାଗ। ସୂଚନା ଅନୁସାରେ  ସ୍କୁଲ ଛୁଟି ପରେ ସବୁ ପିଲା ଘରକୁ ଯାଇଥିବାବେଳେ ଏହି ପିଲାଟି ନିଦରେ ବେଞ୍ଚ ଉପରେ ଶୋଇପଡ଼ିଥିଲା। ଛୁଟିର ଅନେକ ସମୟ ପରେ କ୍ଲାସରୁମକୁ ତାଲା ପକାଇବାକୁ ଆସିଥିଲେ ବଡ଼ ପିଲା। ସେମାନେ ବାହାରୁ ତାଲା ପକାଇ ପଳାଇଥିଲେ। ତେବେ ନିଦ ଭାଙ୍ଗିବା ପରେ ଝିଅଟି ବାହାରିବାକୁ ଚେଷ୍ଟା କରିଥିଲା। ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେବି ମୁଣ୍ଡଟି ରେଲିଂ ଭିତରୁ ଆଉ ବାହାରି ପାରିନଥିଲା।

Leave a Reply

Your email address will not be published. Required fields are marked *