ଆନନ୍ଦ ବଜାର ଭିତରେ ଖୋଲାଯିବ ପୋଲିସର ଏକ ପୋଷ୍ଟ , ସାବାଡ ହେବେ ଅମାନିଆ

ରାଜ୍ୟ

ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି

ଶୁକ୍ରବାର ଶ୍ରୀମନ୍ଦିର ଥାନାରେ ଅଟକ ରହିଥିବା ବ୍ୟକ୍ତି ଜଣକ ହେଲେ ଉତ୍ତରପ୍ରଦେଶ ଆଜମଗଡର ମନୋଜ ସିଂ। ସେ ଜଣେ ସାଧାରଣ ସେବକ ବେଶରେ ଆସିଥିଲେ, ପଶ୍ଚିମଦ୍ବାର ସମ୍ମୁଖସ୍ଥ  ନୃସିଂହ ମନ୍ଦିର ଦେଇ ଉପରକୁ ଚଢିଥିଲେ। ଏହା ଦେଖି ଶ୍ରୀମନ୍ଦିର ସୁରକ୍ଷାରେ ଥିବା ପୋଲିସ ତାଙ୍କୁ ତଳକୁ ଆଣି ଥାନାକୁ ନେଇ ପଚରାଉଚରା କରିଛନ୍ତି।

ଶ୍ରୀମନ୍ଦିର ଉପରକୁ ବେଆଇନ୍ ଭାବେ ଭକ୍ତ ଚଢ଼ିଯିବା ନୂଆ ନୁହେଁ, କିଛିଦିନ ତଳେ ଦକ୍ଷିଣୀ ଘର ବାଟେ ଜଣେ ବ୍ୟକ୍ତି ମନ୍ଦିର ଚଢୁଥିବାବେଳେ କାବୁ ହୋଇଥିଲେ। ସେମିତି ଗଞ୍ଜାମର ଜଣେ ଭକ୍ତ ମଧ୍ୟ ଅଁଳା ବେଢ଼ା ଉପରକୁ ଚଢିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ପୋଲିସର ଏକ ପୋଷ୍ଟ ଖୋଲାଯିବ । ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ସ୍ଥାନ ଉପରେ କଡ଼ା ନଜର ରଖିବ ପୋଲିସ । ଏନେଇ ପୁରୀ ଏସ୍‌ପିଙ୍କ ସହ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛୁ । ଶ୍ରୀମନ୍ଦିର ଭିତରେ ବିଭିନ୍ନ ମୁଖ୍ୟ ମନ୍ଦିର ଗୁଡିକରେ ଆହୁରି ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ଭିତରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ପୋଲିସର ଏକ ପୋଷ୍ଟ ଖୋଲାଯିବ । ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ସ୍ଥାନ ଉପରେ କଡ଼ା ନଜର ରଖିବ ପୋଲିସ । ଏନେଇ ପୁରୀ ଏସ୍‌ପିଙ୍କ ସହ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛୁ । ଶ୍ରୀମନ୍ଦିର ଭିତରେ ବିଭିନ୍ନ ମୁଖ୍ୟ ମନ୍ଦିର ଗୁଡିକରେ ଆହୁରି ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *