ନୂଆଦିଲ୍ଲୀ: ଜଣେ ପ୍ରଶଂସକଙ୍କ ସହ ଟ୍ୱିଟରରେ ଚାଟିଂ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶେହନାଜ୍ ଗିଲଙ୍କୁ ବିବାହ କରିଥିବା ଖବରକୁ ନାକଚ କରିଦେଇଛନ୍ତି। ୨୦୧୯ରେ ବିଗ୍ ବସ୍ ୧୩ ତମ ସିଜନ୍ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଲା। ଏହାପରେ ସାଥୀ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ସହ ବନ୍ଧୁତା ପାଇଁ ମଧ୍ୟ ସେ ଚର୍ଚ୍ଚା ପରିସରଭୁକ୍ତ ହୋଇଥିଲେ।
ଗୁରୁବାର ଦିନ ଜଣେ ଟ୍ୱିଟର ବ୍ୟବହାରକାରୀ ଥଟ୍ଟା କରି ସିଦ୍ଧାର୍ଥଙ୍କୁ ଶେହନାଜ୍ ଗିଲ୍ଙ୍କ ସହ ବିବାହ କରିବା ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସିଦ୍ଧାର୍ଥ ବିବାହ ନାଁରେ ଉଠିଥିବା ସମସ୍ତ ଗୁଜବକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଏହାପରେ ସେ କହିଥିଲେ ଯେ “ଭାଇ କୁୱାଁରା ଟ୍ୟାଗ୍ ଅଛା ହୈ … ମେ ତୋ କୁୱାଁରା ହୁଁ ଫି ଭୀ କୁଛ୍ ମିଡିଆ ୱାଲୋ ନେ ଶାଦୀ ଶୁଦା କର ଦିୟା ହୈ …। ବୋଧହୁଏ ସେମାନେ ମୋ ବିଷୟରେ ଅଧିକ ଜାଣନ୍ତି ବୋଲି କହିଥିଲେ ସିଦ୍ଦାର୍ଥ।
ସୂଚନା ଅନୁଯାୟୀ ଡିସେମ୍ବର ୨୦୨୦ ରେ, “ସିଡନାଜ୍” କୋର୍ଟରେ ବିବାହ କରିଥିବା ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।