Bribery won’t work now! Teachers will be transferred. Teachers of Keonjhar, be careful — you will be sent back home very soon!

କେନ୍ଦୁଝରର ଏ ଶିକ୍ଷକ ମାନେ ସାବଧାନ, ଖୁବଶୀଘ୍ର ଘରକୁ ଫେର!

Top Storise ରାଜ୍ୟ

କେନ୍ଦୁଝର : ହାତ ଗଣତି କିଛି ଶିକ୍ଷକଙ୍କୁ ଗତକାଲି ହାଇକୋର୍ଟଙ୍କ ଛାଟ ଜୋରରେ ବାଜିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏମପି – ଏମଏଲଏଙ୍କୁ ହାତ କରି ଚାକିରି ସ୍ଥାନ ପରିବର୍ତ୍ତନ (ଡ଼େପୁଟେସନ) କରିଥିବା ଶିକ୍ଷକ ମାନେ ପାନେ ପାଇବେ। ଆଉ ତାଙ୍କୁ ତ୍ରାହି ମିଳିବନାହିଁ। ଏବେ ତାଙ୍କୁ ନିଜ ପୁରୁଣା ଠିକଣାକୁ ଫେରିବାକୁ ପଡ଼ିବ। କାରଣ ଏହା ଗ୍ରହଣିୟ ନୁହଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। କିନ୍ତୁ ତାଙ୍କୁ ଡ଼େଡ଼ ଲାଇନ ଦିଆଯାଇଛି। ଏ ଶିକ୍ଷା ବର୍ଷ (୨୦୨୫-୨୬)ରେ ସେଠାରେ ପାଠ ପଢ଼ାଇବେ। କିନ୍ତୁ ନୁଆ ଶିକ୍ଷା ବର୍ଷରେ ଘର ବାହୁଡ଼ା ହେବେ ଏମାନେ। ଏହି ବିଜ୍ଞପ୍ତି ପରେ ଯେଉଁମାନେ ଏମଏଲଏ ଓ ଏମପିଙ୍କୁ ସଲାସୁତରା କରି ନିଜର ଟ୍ରାନଫର କରାଇଥିଲେ, ତାଙ୍କ ଛାତି ଧଡ଼ ଧଡ଼ ହେଲାଣି। ଏହାରି ଭିତରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳିର ବି ତାଲିକା ରହିଛି। ଏହି ବ୍ଲକରେ ୩୦ ଜଣ ଶିକ୍ଷକ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ନିଜ ସୁବିଧା ଅନୁଯାୟୀ ଡ଼େପୁଟେସନ ନାମରେ ଟ୍ରାନସଫର ନେଇଥିଲେ।

ବିଧାନସଭାରେ ତେଲକୋଇ ବିଧାୟକ ଫକିର ମୋହନ ନାଏକ ମାଗିଥିବା ତଥ୍ୟ ଅନୁଯାୟୀ ତାଙ୍କ ନିର୍ବାଚନ ମଣ୍ଡଳିର ୩ ବ୍ଲକ ତେଲକୋଇ, ହରିଚନ୍ଦନପୁର, ବାଂଶପାଳରେ ୩୦ ଜଣ ଶିକ୍ଷକ ଡ଼େପୁଟେସନରେ ଯାଇଥିଲେ। ଆଉ ଉଚ୍ଚ ନ୍ୟାୟାଳୟଙ୍କ ନର୍ଦ୍ଦେଶ ଆଧାରରେ ଏମାନେ ନିଜ ଅଞ୍ଚଳକୁ ଫେରିବେ।

ତେବେ ନଜର ପକାନ୍ତୁ ଜିଲ୍ଲା ଶିକ୍ଷା ଅଧିକାରିଙ୍କ ଦ୍ବାରା ମିଳିଥିବା ତାଲିକାରେ କାହା କାହା ନାମ ରହିଛି। ଏହି ସ୍ଥାନାନ୍ତରଣ ତାଲିକାରେ ବାଂଶପାଳ ବ୍ଲକର ନିହାରିକା ଦାସ, ନୀଳମାଧବ ବେହେରା, ରାଜେଶ ନାଏକ, ରଞ୍ଜିତା ବେହେରା, ବିଜୟ କୁମାର ସେଠୀ, ଜ୍ୟୋତିରଞ୍ଜନ ପରିଡ଼ା, ତପସ୍ୱନୀ ଖଟୁଆ, ରୀନା ବେହେରା, ଗଗନ ବିହାରୀ ମହାନ୍ତଙ୍କ ନାମ ରହିଛି। ସେହିପରି ତେଲକୋଇ ବ୍ଳକର ସରୋଜ କୁମାର ସାହୁ, ରଶ୍ମିତା ସାହୁ, ସୃଧର କୁମାର ସାହୁ, ପ୍ରଶାନ୍ତ କୁମାର ରାଉତ, ଝରଣା ସାହୁ, ସନ୍ଧ୍ୟାରାଣୀ ଦେହୁରୀ, ସରୋଜ କୁମାର ସେଠୀ, ବବୁଲାଲ ପାତ୍ରଙ୍କ ନାମ ରହିଛି।

ସମାନ ଭାବେ ହରିଚନ୍ଦନପୁର ବ୍ଲକର ମଧ୍ୟ ତୃପ୍ତିମୟୀ ମଲ୍ଲିକ, ଅଞ୍ଜଳି ରାଉଳ, ଚିନ୍ମୟୀ ବେଉରା, ପୁର୍ଣ୍ଣିମାରାଣୀ ପଣ୍ଡା, ପବିତ୍ର କୁମାର ମହାପାତ୍ର, କାଳିନ୍ଦୀ ପ୍ରଭା ସେଠୀ, ମିରାକର ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ବିଶ୍ୱରଞ୍ଜନ ଚିବରା, ଶିବ ଚରଣ ସାହୁ, ଅରୁପ ଅଶୁତୋଷ ସାହୁ, ସଞ୍ଜୟ କୁମାର ରାଉତ, ସାବିତ୍ରୀ ଜେନାଙ୍କ ନାମ ରହିଛି। ଏ ସବୁ ଶିକ୍ଷକ ଜିଲ୍ଲାର ଭିନ୍ନ ବ୍ଲକ ଓ ଅନ୍ୟ ଜିଲ୍ଲାରୁ ଓ ଜିଲ୍ଲାକୁ ଡ଼େପୁଟେସନରେ ଯାଇଛନ୍ତି।

ଅଧିକାଂଶ ଶିକ୍ଷକ ୨୦୨୩ରୁ ୨୦୨୫ ମଧ୍ୟରେ ବଦଳି ହୋଇଥିବା ଦେଖାଯାଉଛି। ଶିକ୍ଷକ ସଂଘ ପକ୍ଷରୁ କେତେକ ସ୍ଥାନାନ୍ତରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହାକୁ ପୁନର୍ବିଚାର କରିବାକୁ ଦାବି ଉଠୁଛି। ଏ ମାତ୍ର ୩ ବ୍ଲକ ହୋଇଥିବା ବେଳେ ଆଗକୁ ବାକି ଜିଲ୍ଲାର ଲିଷ୍ଟ ସାମ୍ନାକୁ ଆସିପାରେ।

Leave a Reply

Your email address will not be published. Required fields are marked *