Who gave permission to do business in private vehicles - owner Malemal

କିଏ ଦେଲା ଅନୁମତି, ଘରୋଇ ଗାଡ଼ିରେ ବ୍ୟବସାୟ – ମାଲିକ ମାଲେମାଲ

Top Storise ରାଜ୍ୟ

ଭୁବେଶ୍ବର : ସରକାର କା ମାଲ ଦରିଆ ମେ ଡାଲ। ଏହି ସୂତ୍ରରେ ରାଜ୍ୟରେ ସରକାରଙ୍କ ଟଙ୍କାରେ ମଜା କରୁଛନ୍ତି କିଛି ଘରୋଇ ଗାଡି ମାଲିକ। ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ? ସେଇଟା ବି ସ୍ଵାଭାବିକ କଥା କାଇଁ କିଏ ଚିନ୍ତା କରିବ, ଯିଏ ଜାହା କରୁଛି କରୁ ମୋର ଢୋ। ଆମ ପ୍ରକୃତି ସେୟା। ନହେଲେ ପରିବହନ ବିଭାଗ ନୁଆ ନୁଆ ନିୟମ କରି ସଧାରଣ ଲୋକଙ୍କୁ ଲୁଟୁଛି କିନ୍ତୁ ବଡ଼ ବଡିଆଙ୍କୁ ସୁହାଇଲା ଭୋଳି କାମ କଲେବି ଲୋକେ କେମିତି ଚୁପ ବସିଛନ୍ତି।

ଆପଣଙ୍କ ସାମ୍ନାରେ କିଛି ଗାଡ଼ିର ଫଟୋ ରହିଛି। ଯେଉଁ ଗାଡି ସବୁ ସରକାରୀ ଦତ୍ପରରେ ବ୍ୟବହାର ହେଉଛି, କିଛି ଗାଡି BMC, କିଛି ଗାଡି ସ୍ମାର୍ଟ ସିଟି ଆଉ କିଛି ଗାଡ଼ି କମିଶନରେଟ ପୋଲିସର ଟ୍ରାଫିକ ବିଭାଗ ବ୍ୟବହାର କରୁଛି। ଆପଣ ଠିକ ଅନୁମାନ କରି ପାରୁଛନ୍ତି ଏହି ସବୁ ଗାଡି ସଧାରଣ ଲୋକଙ୍କ ଟିକିଏ ତ୍ରୁଟି ହେଲେ ଗାଡି ଉଠେଇ ନେବାକୁ ଅନେଇ ବସିଥାଏ। କିନ୍ତୁ ନିଜ ଭୁଲ କାହାକୁ ଦେଖା ଯାଉନାହିଁ। ନା ସରକାରଙ୍କୁ ନା ପରିବହନ ବିଭାଗକୁ, ନା ବ୍ୟବହାର କରୁଥିବା ବିଭାଗକୁ।

ତେବେ ପାଠକଙ୍କୁ ଆମେ କହି ରଖୁଛୁ, ସରକାରଙ୍କ ନିୟମ ରହିଛି କମର୍ସିଆଲ ବ୍ୟବହାର ପାଇଁ ଗାଡି କିଣିଲେ ତାହା ହଳଦିଆ ରଙ୍ଗର ନମ୍ୱର୍ ରହିବା ଜରୁରୀ। ଏବଂ କମର୍ସିଆଲ ପଞ୍ଜିକରଣ ବି ବାଧ୍ୟତାମୂଳକ। କାରଣ ଏହି ଗାଡି ଗୁଡ଼ିକ ବ୍ୟବସାୟ କରିବା ପାଇଁ ବ୍ୟବହାର ହେବ, ତେଣୁ ସରକାର ମଧ୍ୟ ଅଧିକ ଟଙ୍କା ଟ୍ୟାକ୍ସ ଓ ବୀମା ନେବେ।

ଯଦି କିଏ ଏହି ନିୟମ ପାଳନ କରୁ ନାହିଁ ତେବେ ସେ ଗାଡିକୁ କେବଳ ନିଜସ୍ଵ ବ୍ୟବହାରରେ ଲଗାଇବା। କିନ୍ତୁ ଆମେ ଦେଖାଉଥିବା ଏହି ଗାଡି ଗୁଡ଼ିକ କେଉଁ ନିଜସ୍ଵ କାମରେ ବ୍ୟବହାର ହେଉଛି? ଯଦି ହେଉଛି ତେବେ ଲୋକଙ୍କ ଗାଡି ଉଠାଇବାରେ ଏହା କିପରି ଓ କାହା ନିର୍ଦ୍ଦେଶରେ ବ୍ୟବହାର ହେଲା? ଯଦି ହେଲା କିପରି ଆମ ବଡ଼ ବାବୁ ମାନଙ୍କ ଦୃଷ୍ଟିରେ ପଡିଲା ନାହିଁ?

ଗୋଟିଏ ପଟେ ଲୋକେ ହଇରାଣ ହରକତ ହେଉଛନ୍ତି ଅନ୍ୟପଟେ ମାଲେମଲ୍ ହେଉଛନ୍ତି କିଛି ଅସାଧୁ ବ୍ୟବସାୀମାନେ। କାରଣ ତାଙ୍କୁ ସୁହାଇଲା ଭଳି କାମ କରୁଛି ପରିବହନ ବିଭାଗ, କମିଶନରେଟ ପୋଲିସ, ସ୍ମାର୍ଟ ସିଟି ଓ bmc। ତେବେ ଅପେକ୍ଷା କେବେ ଏହି ସବୁ ଗାଡ଼ିରେ ପଡ଼ିବ ଫାଇନ? କେବେ ନିୟମ ପାଳିବେ ଭୁବନେଶ୍ଵରର ଏହି ସବୁ ବିଭାଗର ବଡ଼ ବାବୁ ମାନେ?

Leave a Reply

Your email address will not be published. Required fields are marked *