ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଓ ଭୟଙ୍କର । ଯାହାକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ ।
ଶୁଖିଲା ବସ୍ତୁରେ ୮ଦିନ ସକ୍ରିୟ ରହୁଛି ନୂଆ ଷ୍ଟ୍ରେନ୍
ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ଏପରିକି ନୂଆ ଷ୍ଟ୍ରେନରେ ସଂକ୍ରମଣ ହାର ଅଧିକ ସମ୍ଭାବନା ରହିଛି । ଶୁଖିଲା ବସ୍ତୁରେ ୮ ଦିନ ସକ୍ରିୟ ରହିବା ସମ୍ଭାବନା ବି ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଠିକ୍୍ ଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଅଧିକ ଭିଡ଼ ନକରିବା ଓ ସାମାଜିକ ଦୂରତା ମାନିବା । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ମାନିବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଦେଶର ବିଭିନ୍ନ ସହରରେ ପୁଣି ଥରେ ଲକଡାଉନ୍ ଆରମ୍ଭ ହେଲାଣି । ସେଭଳି ସ୍ଥିତି ନଫେରିବା ଦିଗରେ ସତର୍କ ରହିବା ପାଇଁ କୁହାଯାଇଛି ।