ଆଜି ମଧ୍ୟପ୍ରଦେଶର ଏହି ତିନୋଟି ସହର ଲକ୍‌ଡାଉନ୍‌

Top Storise ଦେଶ- ବିଦେଶ

ଭୋପାଳ: ଆଜି ମଧ୍ୟ ପ୍ରଦେଶରେ ଲକଡାଉନ୍। ଗୋଟିଏ ବର୍ଷ ପରେ ଆଜି ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସମେତ ତିନୋଟି ସହରରେ କରୋନା ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଟିଏ ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି।

ମଧ୍ୟପ୍ରଦେଶର ତିନିଟି ସହର – ଭୋପାଳ, ଇନ୍ଦୋର ଏବଂ ଜବଲପୁରରେ ଶନିବାର ରାତି ୧୦ ଟାରୁ ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ମୋଟ ୩୨ ଘଣ୍ଟା ପାଇଁ ଏହି ଲକଡାଉନ୍ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମୋଦନ କରାଯାଇଛି। ଏହି ଅବଧିରେ ହସ୍ପିଟାଲ ଏବଂ ମେଡିକାଲ ଷ୍ଟୋରଗୁଡ଼ିକ ଖୋଲା ରହିବ।

ଏହା ବ୍ୟତୀତ ଏହି ତିନୋଟି ସହରର ସମସ୍ତ ସ୍କୁଲ ଏବଂ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ସମସ୍ତ ତିନୋଟି ସହରରେ ଲକ୍‌ଡାଉନ୍‌ ସମୟରେ ପ୍ରଶାସନ ୧୮୮ ଧାରା ଲାଗୁ କରିଛି। ଏହି ନିୟମ ଅନୁଯାୟୀ, ଯଦି କେହି ବିନା କାରଣରେ ଘରୁ ବାହାରକୁ ଯାଆନ୍ତି, ତେବେ ସିଧାସଳଖ ଗିରଫ କରାଯିବ।

Leave a Reply

Your email address will not be published. Required fields are marked *