ଭୁବନେଶ୍ୱରରେ ନକଲି ସୁନା ଚେନ୍, ବନ୍ଧାହେଲେ ଭାଉଜ ଦିଅର

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନକଲି ସୁନା ଚେନ୍ ବିକ୍ରି କରି ଲୋକଙ୍କୁ ଠକୁଥିବା ଏକ ଦୁଇ ଜଣଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଗଣେଷ ସୋଲାଙ୍କି ଓ ଲକ୍ଷ୍ମୀ ସୋଲାଙ୍କି। ସେମାନଙ୍କ ନିକଟରୁ ୧୪ଟି ନକଲି ସୁନା ଚେନ୍ ଏବଂ ₹୪୫,୦୦୦ ନଗଦ ଜବତ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଆଇଆରସି ଭିଲେଜ୍ ଅଞ୍ଚଳର ବାସିନ୍ଦା ଅନିମେଷ ପରିଡାଙ୍କ ଲିଖିତ ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ ଜୟଦେବ ବିହାର ଛକ ନିକଟରେ ଜଣେ ପୁରୁଷ ଓ ଜଣେ ମହିଳା ତାଙ୍କୁ ଭେଟି ନିଜ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକତା ଥିବା କହି କମ୍ ଦାମରେ ସୁନା ଚେନ୍ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ।

ସେମାନଙ୍କ କଥାରେ ବିଶ୍ୱାସ କରି ଅନିମେଷ ₹୪୫,୦୦୦ ନଗଦ ଦେଇ ଚେନ୍ କିଣିଥିଲେ। ପରେ ଘରକୁ ଯାଇ ଯାଞ୍ଚ କରିବା ପରେ ଏହା ନକଲି ସୁନା ଚେନ୍ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତ ସମୟରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ଯେ, ଉଭୟ ଅଭିଯୁକ୍ତ ଆଇଡି ମାର୍କେଟ ନିକଟରେ ପୁଣି ନକଲି ସୁନା ଚେନ୍ ବିକ୍ରି ପାଇଁ ଗ୍ରାହକ ଖୋଜୁଛନ୍ତି। ଏହାପରେ ପୁଲିସ ଅତର୍କିତ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୧୪ଟି ନକଲି ସୁନା ଚେନ୍ ଓ ₹୪୫,୦୦୦ ନଗଦ ଜବତ କରାଯାଇଛି। ପଚରାଉଚରା ସମୟରେ ଉଭୟ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି।

ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ, ଏହି ଠକେଇ ରାକେଟ୍‌ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *