ରାଜ୍ୟରୁ ସୁସ୍ଥ ହେଲେ ୬୧୭୬ କରୋନା ଆକ୍ରାନ୍ତ

Top Storise ରାଜ୍ୟ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରୁ ପାଖାପାଖି ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୬୧୭୬ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୫୪ ଜଣ ସୁସ୍ଥ ହୋଇଥିବା ବେଳେ, କଳାହାଣ୍ଡିରୁ ୫୧୯, କଯକରୁ ୪୮୫, ବଲାଙ୍ଗିରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡ଼ାରୁ ୨୬୩, ଅନୁଗୁଳରୁ ୨୪୩, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫, ନବରଙ୍ଗପୁରରୁ ୨୦୦, ନୂଆପଡ଼ାରୁ ୧୯୫, ଗଞ୍ଜାମରୁ ୧୬୮, ମୟୂରଭଞ୍ଜରୁ ୧୪୯, ବାଲେଶ୍ବରରୁ ୧୩୭, ସୋନପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୩ ଓ ଯାଜପୁରରୁ ୧୧୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡ଼ରୁ ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ, ଭଦ୍ରକରୁ ୮୭, ଜଗତସିଂହପୁରରୁ ୮୫, ରାୟଗଡ଼ାରୁ ୭୮, ଦେବଗଡ଼ ଓ କେନ୍ଦୁଝରରୁ ୭୪ ଜଣ ଲେଖାଏଁ, ଗଜପତିରୁ ୬୪, କୋରାପୁଟରୁ ୫୨, କନ୍ଧମାଳରୁ ୪୦, ବୌଦ୍ଧ ଓ ମାଲକାନଗିରିରୁ ୨୮ ଜଣ ଲେଖାଏଁ, ଢେଙ୍କାନାଳରୁ ୨୦ ଓ ଷ୍ଟେଟ୍ ପୁଲରୁ ୨୦୧ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୪ ଲକ୍ଷ ୧୬ ହଜାର ୪୦୩ ଜଣ ଆକ୍ରାନ୍ତ ।

Leave a Reply

Your email address will not be published. Required fields are marked *