ସଡକ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହତ

Top Storise ରାଜ୍ୟ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଟ୍ରାକ୍ଟର ଧକ୍କାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଚାଳକ ରଜକ ଖାଁ ଆହତ ହୋଇ ନୀଳଗିରି ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଅପରାହ୍ନ ଅଢ଼େଇଟା ସମୟରେ କେନ୍ଦ୍ରମନ୍ତ୍ରୀ ନୀଳଗିରି ବ୍ଲକ ର ବଢ଼େଇପଲା ଅଞ୍ଚଳକୁ ଜଣେ କିଡନୀ ରୋଗୀଙ୍କୁ ସହାୟତା ପାଇଁ ଯାଉଥିଲେ। ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ପୋଡ଼ାଶୋଳ ନିକଟରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଯାଇ ହଠାତ ଷ୍ଟିଅରିଂ ବୁଲାଇ ଦେଇଥିଲା।

ଟ୍ରାକ୍ଟର ଓ କେନ୍ଦ୍ରମନ୍ତ୍ରୀ ଙ୍କ ଗାଡ଼ି ମଧ୍ୟରେ ଧକ୍କା ହୋଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ସମୁଖ ଭାଙ୍ଗି ଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ବାମ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ଟର ଚାଳକକୁ ନୀଳଗିରି ଥାନା ରେ ଅଟକ ରଖାଯାଇଥିବା ବେଳେ ଏହା ଦୁର୍ଘଟଣା ନୁହଁ ବରଂ ଆକ୍ରୋଶ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *