ୟୁପିରେ ପୁଣି ସପ୍ତାହେ ବଢିଲା ଳକ୍‌ଡାଉନ

Top Storise ଦେଶ- ବିଦେଶ

ଉତ୍ତରପ୍ରଦେଶ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଗଲାଣି। ଅନେକ ରାଜ୍ୟ ନିଜର କର୍ଫ୍ୟୁ ଅବଧିକୁ ମଧ୍ୟ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟି‌ରେ ରଖି ଉତ୍ତରପ୍ରଦେଶ ସରକାର ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢାଇ ଦେଇଛନ୍ତି। ଏହି ଅବଧି ୧୭ ମେକୁ ବୃଦ୍ଧି କରିଛନ୍ତି ୟୁପି ସରକାର।

ୟୁପି ସରକାରଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନ ବର୍ତ୍ତମାନ ବନ୍ଦ ରହିବ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି।

କରୋନାଭାଇରସର ଦ୍ୱିତୀୟ ତରଙ୍ଗର ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *