ବଜ୍ରପାତରେ ୩ ମୃତ

Top Storise ରାଜ୍ୟ

ଭୁବନେଶ୍ୱର: ଓଡିଶାରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲାରେ ବାରକାନି ଗାଁର ଦୁଇଜଣ ମହିଳା ଗାଧୋଇବାକୁ ପୋଖରୀକୁ ଯିବାବେଳେ ବଜ୍ରପାତ ଶିକାର ହୋଇଥିଲେ। ମହିଳାମାନଙ୍କ ମଧ୍ୟରୁ ପାନିବୁଦି ମେସୱାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଭୁମିସୁଟା ମେସୱାଙ୍କ ଶରୀରର କିଛି ଅଂଶ ଜଳି ଯାଇଥିଲା । ପରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।

ସେହିପରି କେନ୍ଦୁଝରର କାଶୀପୁର ଗ୍ରାମରେ ଜଣେ ବ୍ୟକ୍ତି ବିଲରୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ନାମ ରାଇଦାସ ମୁଣ୍ଡା ବୋଲି ଜଣାପଡିଛି।

ଅପରପକ୍ଷେ ଅନୁଗୁଳ ଜିଲ୍ଲାର ଆଠମଲିକରେ ବଜ୍ରପାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବୃଦ୍ଧ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *