ଗୋଡାଉନ୍‌ରେ ଅଗ୍ନିକାଣ୍ଡ; ଜଳିଗଲା ୨୫ ଲକ୍ଷ ଟଙ୍କାର ଟିକା

Top Storise ଦେଶ- ବିଦେଶ

ଇନ୍ଦୋର: ସମଗ୍ର ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି। ଯାହା ଫଳରେ ବିଭିନ୍ନ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ବିଳମ୍ବଳରେ ଚାଲିଛି। ଏହାଛଡ଼ା ଟିକା ଅଭାବ ଯୋଗୁ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନକୁ ମଧ୍ୟ ବଢାଇ ଦିଆଯାଇଛି।

ଏହି ସମୟରେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି।

ନିଆଁରେ ବ୍ଲାକ୍ ଫଙ୍ଗସ୍ ପାଇଁ ଇଞ୍ଜେକ୍ସନ୍ ସହିତ ଗୋଡାଉନରେ ରଖାଯାଇଥିବା ଟିକା ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *