ବିଶ୍ୱର ଦ୍ୱିତୀୟ ଧନୀ ତାଲିକାରୁ ତଳକୁ ଖସିଲେ ଟେସ୍ଲା‌ ମୁଖ୍ୟ ଏଲନ୍‌ ମସ୍କ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ସୋମବାର ଦିନ ଟେସଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍‌ ମସ୍କ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ତାଲିକାରୁ ତଳକୁ ଖସିଛନ୍ତି। କାରଣ ବୈଦ୍ୟୁତିକ ଯାନ ନିର୍ମାତାଙ୍କ ଅଂଶଧନ ୨.୨ ପ୍ରତିଶତ ହ୍ରାସ ପାଇଛି।

LVMH ଚେୟାରମ୍ୟାନ୍ ବର୍ନାର୍ଡ ଆର୍ନାଲ୍ଟଙ୍କ ନିକଟରେ ନିଜର ସ୍ଥାନ ହରାଇଛନ୍ତି ଏଲନ୍‌ ମସ୍କ।

ମାର୍ଚ୍ଚ ସୁଦ୍ଧା ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ମସ୍କଙ୍କର ଆନୁମାନିକ ବର୍ତ୍ତମାନ ୧୬୦.୬ ବିଲିୟନ ଡ଼ଲାରର ସମ୍ପତ୍ତି ରହିଛି। ଯାହା ଜାନୁଆରୀ ମାସର ସର୍ବୋଚ୍ଚ ତୁଳନାରେ ୨୪ ପ୍ରତିଶତ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *