“ଖୁସ୍‌ ରହି‌ୟେ” ଔର୍‌ “ବି ହାପି”; ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଇ କରୋନା ରୋଗୀଙ୍କ ମନୋବଳ ବଢାଉଛି ଏହି ଟିକି ପୁଅ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କୁ ଏହି ଛୋଟ ପିଲାଟି ନିଜ ମାଙ୍କ ଦ୍ୱାରା ପ୍ରସ୍ତୁତ ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଉଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଏହି ଟିକି ପିଲାଟି କରୋନା ରୋଗୀଙ୍କୁ ମିଲ୍‌ ବକ୍ସରେ “ଖୁସ୍‌ ରହି‌ୟେ” ଔର୍‌ “ବି ହାପି” ଲେଖି ସେମାନଙ୍କ ମନୋବଳ ବଢାଉଛି।

ଏମିତି ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଟିକି ପୁଅର ଭାବପ୍ରବଣତାକୁ ବେଶ୍‌ ପ୍ରଶଂସା କରିଥିବା ମଧ୍ୟ ଦେଖିବାକୁ ମିଳିଛି।

ଗୋଟିଏ ସମୟରେ ଯେତେବେଳେ ଭାରତ ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗ ସହିତ ଲଢେଇ କରୁଛି ସେହି ସମୟରେ ଏହି ଟିକି ପିଲାର ଫଟୋ ବେଶ୍‌ ଆବେଗପ୍ରବଣ ହୋଇଛି।

ଦୁଇ ଦିନ ପୂର୍ବରୁ ଫେସବୁକ୍, ରେଡ୍ଡିଟ୍ ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟିକି ପିଲାଟିର ଫଟୋ ପ୍ରଥମେ ସାମ୍ନାକୁ ଆସିଥିଲା। ସେବେଠାରୁ ଏହା ହଜାର ହଜାର ଲୋକଙ୍କ ହୃଦୟ ଜିଣିସାରିଛି।

ଏହାକୁ ଟ୍ୱିଟରେ ୧୨,୦୦୦ ରୁ ଅଧିକ ‘ଲାଇକ୍’ ମିଳିଛି ଏବଂ ଶହ ଶହ ମନ୍ତବ୍ୟ ସଂଗ୍ରହ କରିଛି।

Leave a Reply

Your email address will not be published. Required fields are marked *