ଗୋଟିଏ ଘରୁ ୨୨ ଜଣ ଶିଶୁ କରୋନା ପଜିଟିଭ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ଜୁଭେନିଲ୍‌ ହୋମ୍‌ରୁ ଅତି କମରେ ୨୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ସମସ୍ତଙ୍କୁ ଏଠାରେ ଥିବା ଏକ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ରଖାଯାଇଥାଏ। ଯୌନ ନିର୍ଯାତିତ କିମ୍ବା ଅନାଥ ଶିଶୁମାନଙ୍କୁ ଏଠାରେ ରଖାଯାଇଥାଏ।

କିଛି ଦିନ ପୂର୍ବରୁ ଜୁଭେନିଲ୍‌ ହୋମ୍‌ର ସୁପରିଟେଣ୍ଡେଣ୍ଟ୍‌ଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ଥିବା ମଧ୍ୟ ଜଣାପଡ଼ିଥିଲା। ଏହାପରେ ସ୍ୱାସ୍ଥ୍ୟ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଏହା ପରେ କର୍ତ୍ତୃପକ୍ଷ ସେଠାରେ ଥିବା ପିଲାମାନଙ୍କର RTPCR ଟେଷ୍ଟ୍‌ କରିଥିଲେ। ପ୍ରଥମ ଥର କୌଣସି ଶିଶୁ କିମ୍ବା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇନଥିଲେ।

କିଛି ଦିନ ପରେ, କିଛି ଶିଶୁଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସ୍ୱାସ୍ଥ୍ୟ ବିଭାଗକୁ ପୁନର୍ବାର ସମସ୍ତ ୭୫ ଜଣ ପିଲାଙ୍କ କୋଭିଡ ପରୀକ୍ଷା କରାଇଥିଲା। ଏହାପରେ ମୋଟ ୨୨ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ ଚାଲିଛି।

Leave a Reply

Your email address will not be published. Required fields are marked *