ତାତିରେ ଶିଝିଲା ଟିଟିଲାଗଡ଼, ୪୦ ଡିଗ୍ରୀ ଉପରେ ୬ ସହର

Top Storise ରାଜ୍ୟ

ଭୁବନେଶ୍ବର : ରାଜ୍ୟକୁ ଫେରିଛି ତାତି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଲେଣି ରାଜ୍ୟବାସୀ । ଏହାରି ଭିତରେ ଆଜି ରାଜ୍ୟର ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଟିଟିଲାଗଡ଼ରେ ପାରଦ ଉଚ୍ଚରେ ରହିଛି । ଏଠାରେ ପାରଦ ଛୁଇଁଛି ୪୨ ଡିଗ୍ରୀ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୪.୭, କଟକରେ ୩୫.୮, ପାରାଦୀପରେ ୩୨.୫, ଭୁବନେଶ୍ବରରେ ୩୬.୬, ଗୋପାଳପୁରରେ ୩୪, ପୁରୀରେ ୩୩.୬, ଅନୁଗୁଳରେ ୩୮.୧, ବାରିପଦାରେ ୩୪.୪, ଝାରସୁଗୁଡ଼ାରେ ୩୭.୬, କେନ୍ଦୁଝରରେ ୩୪.୮, ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୧, ତାଳଚେରରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୪୧.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୪୧.୨, କୋରାପୁଟରେ ୩୫, ଫୁଲବାଣୀରେ ୩୮, ମାଲକାନଗିରିରେ ୪୧, ସୋନପୁରରେ ୪୦.୬, ଦାରିଙ୍ଗବାଡିରେ ୩୫.୫, ନୟାଗଡ଼ରେ ୩୭.୭, ବୌଦ୍ଧରେ ୪୦, ଛତ୍ରପୁରରେ ୩୪.୨, ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି

Leave a Reply

Your email address will not be published. Required fields are marked *