ହିମାଚଳରେ ଦୃଶ୍ୟମାନ ହେଲା ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା

Top Storise ଦେଶ- ବିଦେଶ

ସିରମୌର: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଦୁନିଆର ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା ଦୃଶ୍ୟମାନ ହୋଇଛି । ଯାହାକୁ ନେଇ ୱାଇଲ୍ଡ ଲାଇଫ ଡିପାର୍ଟମେଂଟ ଉତ୍ସାହିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ, ଫାନ୍ଦି ଗ୍ରାମର ପ୍ରବୀଣ ସିଂ ଠାକୁର ପ୍ରାତଃ ଭ୍ରମଣରେ ବାହାରିଥିଲେ । ଶିବଲିକ ପାହାଡ ନିକଟରେ ତାଙ୍କ ପୋଷା କୁକୁର ହଠାତ୍ ଭୁକିଥିଲା । ପ୍ରବୀଣ ଦେଖିଲେ ତାଙ୍କଠାରୁ କିଛି ଦୂରରେ ଗୋଟିଏ ସାପ ପଥର ସନ୍ଧି ମଧ୍ୟରେ ପ୍ରବେଶ କରୁଛି ।

ସେ ଏହାର ଫଟୋ ଉଠାଇଥିଲେ । ମାତ୍ର ସେ ଜାଣି ନ ଥିଲେ ଯେ, ଏହି ଫଟୋ ତାଙ୍କୁ ଚର୍ଚ୍ଚିତ କରାଇଦେବ । ଘରଠାରୁ ୧୦୦ ମିଟର ଦୂରରେ ସେ ଏହାକୁ ଦେଖିଥିଲେ । ବର୍ତମାନ ପ୍ରାୟତଃ ନଜରକୁ ଆସୁ ନ ଥିବା କିଙ୍ଗ କୋବ୍ରା ସମ୍ପର୍କରେ ସୂଚନା ପାଇବା ପରେ ଏ ନେଇ ୱାଇଲ୍ଡ ଲାଇଫ ବିଭାଗ ଗବେଷଣା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *