ଓଡ଼ିଶାରେ କରୋନା ସଂକ୍ରମଣ ପିକ୍ ପାର୍ କରିଛି

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମାମଲା ଧୀରେ ଧୀରେ ଖସୁଥିବା ବେଳେ ପିକ୍ ପାର୍ କରିଛି ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ମାସର ଦ୍ୱିତୀୟ ସପ୍ତାହରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ସମୟରେ ଓଡ଼ିଶାରେ କୋଭିଡ ରୋଗୀଙ୍କ ପାଇଁ ପ୍ରାୟ ୬୧ ପ୍ରତିଶତ ଜେନେରାଲ ହସ୍ପିଟାଲରେ ବେଡ୍ ଖାଲି ପଡିଛି ବୋଲି ସେ ସୂଚନା ଦେଇଛନ୍ତି।

ଜେନେରାଲ ହସ୍ପିଟାଲରେ ବେଡ୍ ର ବ୍ୟବହାର ପ୍ରାୟ ୩୯% ଥିବାବେଳେ ଅକ୍ସିଜେନ ଏବଂ ଭେଣ୍ଟିଲେଟର ସୁବିଧା ଥିବା ବେଡ୍ ୬୦% ରହିଛି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *