ପୁଣି ଥରେ ଏକାଠି ନଜର ଆସିବେ କପିଲ ଏବଂ ସୁନିଲଙ୍କ ଯୋଡି!

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: ପୁଣି ଥରେ ଏକାଠି ହେବେ ହାସ୍ୟ ଅଭିନେତା କପିଲ ଏବଂ ସୁନିଲ। ଆକ୍ଟର ତଥା ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ପୁଣି ଥରେ ଦ କପି ଶର୍ମା ସୋରେ ନଜର ଆସିପ‌ାରନ୍ତି। ଲୋକପ୍ରିୟ ରିୟାଲିଟି ସୋ ‘କପିଲ ଶର୍ମା ସୋ’ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିଥିବା ସୁନିଲ୍‌ ଗ୍ରୋଭର ପୁଣି ଥରେ ତାଙ୍କର ପୂର୍ବ ଠିକଣାକୁ ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏ ନେଇ ଏକ ସାକ୍ଷାତକାରରେ ସୁନିଲ୍‌ କପିଲ ଶର୍ମାଙ୍କ ସହ ପୁଣିଥରେ କାମ କରିବାର ସମ୍ଭାବନା ରହିଥିବା ନେଇ କହିଥିଲେ।

ସୁନୀଲ ଗ୍ରୋଭରଙ୍କୁ କପିଲ ଶର୍ମାଙ୍କ ସହ ଫେରିବା ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ ଉତ୍ତର ଦେଇଥଲେ ଯେ ବର୍ତ୍ତମାନ ସୁଦ୍ଧା କୌଣସି ଯୋଜନା ନାହିଁ, କିନ୍ତୁ ସୁଯୋଗ ମିଳିଲେ, ଆମେ ନିଶ୍ଚିତ ଭାବେ ଏକାଠି କାମ କରିବୁ।

ସୁନୀଲ ଏବଂ କପିଲଙ୍କ ମଧ୍ୟରେ ୨୦୧୭ରେ କଳହ ସୃଷ୍ଟି ହେବା ପରେ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *