ନୂଆଦିଲ୍ଲୀ: ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକକୁ ହଟାଇବାକୁ ଘୋଷଣା କରିଛି ସ୍ୱିଜରଲ୍ୟାଣ୍ଡ। କିଛି ସର୍ତ୍ତାବଳୀକୁ ଅନୁସରଣ କରି ବିଦେଶକୁ ଯାଇପାରିବେ ଭାରତୀୟ। ଏ ନେଇ ସ୍ୱିସ୍ ସରକାରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି।
ସେହି ବର୍ଗର ଲୋକ ସ୍ୱିଜରଲ୍ୟାଣ୍ଡ ଯାଇପାରିବେ ଯେଉଁମାନେ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ଗ୍ରହଣ କରିଥିବେ। ସେହି ଭାରତୀୟଙ୍କୁ ସ୍ୱିଜରଲ୍ୟାଣ୍ଡ ଗସ୍ତ କରିବାକୁ ଅନୁମତି ମିଳିବ ବୋଲି କହିଛନ୍ତି ସ୍ୱିସ୍ ସରକାର।
ଯେଉଁମାନେ ଟିକା ନେବା ସହିତ କରୋନାରୁ ଆରୋଗ୍ୟଲାଭ କରିଛନ୍ତି ସେମାନଙ୍କୁ ବିନା ଟେଷ୍ଟିଂ ଏବଂ ବିନା କ୍ବାରେଣ୍ଟାଇନରେ ବିଦେଶ ଯିବାକୁ ଅନୁମତି ମିଳିବ।
ଏହାସହିତ ଯେଉଁମାନେ ଟିକାକରଣରୁ ବଞ୍ଚିତ ରହିଛନ୍ତି ଅଥବା କରୋନା ସୁସ୍ଥ ହୋଇନାହାନ୍ତି ସେମାନଙ୍କୁ ନେଗେଟିଭ ଆର୍ଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଛି।