କାହିଁକି ନିଜ ନାଁ ବଦଳାଇଥିଲେ ଦିଲୀପ କୁମାର

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: ଆଜି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୂପେଲି ପରଦାର ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେ ତାଙ୍କ ଅଭିନୟର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି। କାହା ପାଇଁ ସେ ସଲିମ୍‌ ଥିଲେ ତ ଆଉ କାହା ପାଇଁ ଦେବଦାସ।

ହେଲେ ଜାଣନ୍ତି କି ଟ୍ରାଜେଡି କିଙ୍ଗ୍‌ଙ୍କ ପ୍ରକୃତ ନାମ କ’ଣ ଥିଲା? ପ୍ରକୃତରେ ଦିଲୀପ କୁମାର ଥିଲା ୟୁସୁଫ୍‌ ଖାନ୍‌। ନିର୍ମାତା ଦେବିକା ରାନୀ ଦିଲୀପ କୁମାରଙ୍କ ଏହି ନାଁ ଦେଇଥିଲେ। ଏହା ସ୍ୱର୍ଗତ ଅଭିନେତାଙ୍କ ସ୍କ୍ରିନ୍ ନାମ ଥିଲା। ଦିଲୀପ କୁମାର ପାକିସ୍ତାନର ପେଶୱାରର ଏକ ଆୱାନ ପରିବାରରେ ମହମ୍ମଦ ୟୁସୁଫ ଖାନ ଭାବରେ ଜନ୍ମଗ୍ରହଣ କରିଥିଲେ।

ମହମ୍ମଦ ୟୁସୁଫ ଖାନ ଭାବରେ ସେ ଡିସେମ୍ବର ୧୧, ୧୯୨୨ ରେ ଜନ୍ମଗ୍ରହଣ କରିଥିଲେ। ଦିଲୀପ କୁମାର ନିର୍ମାତା ଦେବିକା ରାନୀଙ୍କ ଅନୁରୋଧ କ୍ରମେ ତାଙ୍କ ସ୍କ୍ରିନ୍ ନାମ ଚୟନ କରିଥିଲେ। ପରେ ନିର୍ମାତା ତାଙ୍କୁ ୧୯୪୪ରେ ଚଳଚ୍ଚିତ୍ର ଜୱାର ଭଟାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *