ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ ସ୍ଵାସ୍ଥ୍ୟ କଥା ଆସିଲେ ଏହି ରିପୋର୍ଟରେ ଥିବା ତଥ୍ୟ ପୁରୁଷମାନଙ୍କ ସପକ୍ଷରେ ଯାଉଛି। ତେବେ ଏହି ପରିସଂଖ୍ୟାନ କେବଳ ଭାରତରେ ନୁହେଁ, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ଜନସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମହିଳାମାନଙ୍କ କ୍ଷେତ୍ରରେ ଉତ୍ତମ ସ୍ଵାସ୍ଥ୍ୟସେବାର ଅଭାବ ଓ ପରିଛନ୍ନତା ନେଇ ଅସଚେତନତା ଯୋଗୁ ବୟସ୍କ ମହିଳାମାନେ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ମହିଳାମାନେ ପୁରୁଷମାନଙ୍କଠାରୁ ଦୀର୍ଘାୟୁ। କିନ୍ତୁ ଏହାର ମାନେ ନୁହେଁ ଯେ ମହିଳାମାନେ ସୁସ୍ଥ ଜୀବନ ବଞ୍ଚୁଛନ୍ତି। କାରଣ ଶରୀର ଓ ସ୍ଵାସ୍ଥ୍ୟକୁ ନେଇ ମହିଳାମାନଙ୍କୁ ସେତିକି ସୁବିଧା କିମ୍ବା ସ୍ଵାଧୀନତା ମିଳେନାହିଁ। ଏହାଛଡ଼ା ଅନେକ ସ୍ତ୍ରୀରୋଗ ମଧ୍ୟ ସେମାନଙ୍କ ଆୟୁକୁ କମାଇଥାଏ। ବିଶେଷ କରି ପିଲାପିଲି ଜନ୍ମ କରିବାର ସମୟ ପରେ ଅନେକ ମହିଳା ଏ ଧରଣର ରୋଗର ଶିକାର ହୋଇଥାନ୍ତି। ସୁଷମ ଓ ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁ ମହିଳାମାନେ ଅପୁଷ୍ଟିର ଶିକାର ହୁଅନ୍ତି। ଏହାଛଡ଼ା ପୁରୁଷଙ୍କ ତୁଳନାରେ ଅଧିକ ମହିଳା ହୃଦରୋଗର ଶିକାର ହୋଇଥାନ୍ତି ବୋଲି ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁନମ ମୁତ୍ରାଜା କହିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *