ଗୁଣୁପୁର: ରାୟଗଡା ଜିଲ୍ଲାର ଗୁଣୁପୁରର ବଂଶଧାରା ନଦୀ ପଠା ରୁ ଜିଲ୍ଲା ପ୍ରଶାସନର ଜାଣତରେ ଲକ୍ଷାଧିକ ଟଙ୍କା ର ବାଲି ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି। ସ୍ଥାନୀୟ ତହସିଲଦାର ଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ସବୁ ଜାଣି ନ ଜାଣିବା ଭଳି ବସିବା ବୁଦ୍ଧିଜୀବୀ ମହଲରେ ଆଲୋଚ୍ୟ ର ବିଷୟ ପାଲଟିଛି।
ଏହି ଚୋରା ବାଲି ଚାଲାଣ କୁ କିଛି ସାମ୍ବାଦିକ ନିଜ ଖବର କାଗଜ ରେ ପ୍ରକାଶ କରିବା ପରେ ସେମାନଙ୍କୁ ମିଳୁଛି ହତ୍ୟା ଧମକ ଏବଂ ମାଡ଼। ଏଭଳି ଏକ ଘଟଣା ଘଟିଛି ଗୁଣୁପୁର ର ସତ୍ୟନାରୟଣ ସାହୁ ସାମ୍ବାଦିକଙ୍କ କ୍ଷେତ୍ରରେ ଗୁଣୁପୁର ର ବାଲି ମାଫିଆ ଙ୍କ କିଙ୍ଗ ପିନ ଥିବା ଚିତ୍ତ ପାଣିଗ୍ରାହୀ ଗତକାଲି ସତ୍ୟନାରାୟଣ ସାହୁ ଙ୍କୁ ତାଙ୍କ ଘରେ ଅଶ୍ରବ୍ୟ ଭାଷା ରେ ଗାଳି ଗୁଲଜ କରିବାସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଫଳରେ ସତ୍ୟନାରାୟଣ ସ୍ଥାନୀୟ ଗୁଣୁପୁର ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଗୁଣୁପୁର ଏସ ଡିପି ଓ ଅଜୟ ବାରିକ ଏବଂ ଥାନା ଅଧିକାରୀ ଜଷ୍ମନ୍ତ ହିଆଲ ଅଭିଯୁକ୍ତ କୁ ଦଫା 341/323/294/506 ଭାରତୀୟ ପିଙ୍ଗଲ ଧାରା ରେ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଅଭିଯୁକ୍ତ ର ଜାମିନ ଖାରଜ ପରେ ଗୁଣୁପୁର ଜେଲ. କୁ ପଠାଯାଇଥିବା ଥାନା ଅଧିକାରୀ ଜଣାଇଛନ୍ତି।
ପ୍ରକାଶ ଥାଉ କି ଗୁଣୁପୁର ବଂଶଧାରା ନଦୀ ବାଲି ପଠାରୁ ବ୍ୟାପକ ବାଲି ଆନ୍ଧ୍ର କୁ ଚାଲାଣ ହେଉଥିବା ଯୋଗୁଁ ରାଜ୍ୟ ସରକାର ଲକ୍ଷାଧିକ ରାଜସ୍ୱ ହରାଉ ଥିବା ଜଣାପଡିଛି। ତେଣୁ ବେଳ ଥାଉ ଥାଉ ପ୍ରଶାସନ ଏବଂ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣ ରେ ଦାବି ହେଉଛି।