ଏହି ରାଜ୍ୟରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ

Top Storise ଦେଶ- ବିଦେଶ

ଚଣ୍ଡିଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌। ଏ ନେଇ ହରି୍ରାଣା ସରକାର ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ବଢାଇବା ସହିତ କିଛି କଟକଣା କୋହଳ ମଧ୍ୟ କରିଛନ୍ତି। ରାଜ୍ୟ ସରକାର ୧୨ ଜୁଲାଇ ସକାଳ ୫ଟାରୁ ୧୯ ସକାଳ ୫ଟା ଯାଏ କଟକଣାକୁ ବୃଦ୍ଧି କରିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ ଓ ଅନ୍ତ୍ୟେଷ୍ଟି ଆଦିରେ ସର୍ବାଧି ୧୦୦ ଲୋକ ଯୋଗ ଦେଇପାରିବେ। ଖୋଲା ସ୍ଥାନରେ ଏହି କାର୍ଯ୍ୟକ୍ରମରେ ହେଲେ ୨୦୦ ଲୋକ ଯାଇପାରିବେ। ରାଜ୍ୟରେ ସ୍ପା ଖୋଲିବାକୁ ଅନୁମତି ଦେଲେ ସରକାର। ଏଥିରେ ୫୦ ପ୍ରତିଶତ କର୍ମଚାରଙ୍କୁ ନେଇ କାର୍ଯ୍ୟ କରିବାକୁ କହିଛନ୍ତି ରାଜ୍ୟ ସରକାର।

ଏହାସହିତ ସୁଇମିଂ ପୁଲ୍‌ ଖୋଲିବାକୁ ମିଳିଲା ସରକାରଙ୍କ ମଞ୍ଜୁରୀ। କେବଳ ସେତିକି ନୁହେଁ ୫୦ ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍‌ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *