କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୋଭିଡ-୧୯ ବିରୋଧରେ ଲୋକଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବା ପାଇଁ ୱାଶିଂଟନ୍ କର୍ତ୍ତୃପକ୍ଷ କିଶୋରମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଅଫର୍‌ ଦେଇଛନ୍ତି। ଯଦି ଆପଣ ୱାଶିଂଟନ୍ ଡିସିରେ ରୁହନ୍ତି ଏବଂ ଆପଣଙ୍କର ପ୍ରଥମ ଡୋଜ କରୋନା ଟିକା ନେଇନାହାନ୍ତି ‌ତେବେ ଏହା ହେଉଛି ଉପଯୁକ୍ତ ସମୟ।

ୱାଶିଂଟନ୍‌ର ମେୟର ଘୋଷଣା କରିଛନ୍ତି ଯେଉଁ କିଶୋରମାନେ କରୋନାର ପ୍ରଥମ ଡୋଜ ଗ୍ରହଣ କରିବେ ସେମାନଙ୍କୁ ମାଗଣା ଆପଲ ଏୟାରପଡ୍ ମିଳିବ। ପ୍ରଥମ ଡୋଜ୍‌ ନେଲା ପରେ ଯୁବକମାନଙ୍କୁ କେବଳ ଆପଲ୍‌ ଏୟାରପଡ୍‌ ନୁହେଁ ବରଂ ଏହାସହିତ ସେମାନେ ୨୫ ହଜାର ଡଲାର୍‌ ମୂଲ୍ୟର ସ୍କଲାରସିପ୍ କିମ୍ବା ଆଇପ୍ୟାଡ୍ ମଧ୍ୟ ପାଇପାରିବେ।

Leave a Reply

Your email address will not be published. Required fields are marked *