ଟ୍ୱିନ୍‌ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

Top Storise ରାଜ୍ୟ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡିଶାର ୨୨ ଟି ଜିଲ୍ଲାର କେତେକ ଅଞ୍ଚଳରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିିଛି। ଏହାସହିତ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଥିବା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ।

ଆଗାମୀ ୩ ଘଣ୍ଟା ପାଇଁ ସମ୍ବଲପୁର, ନୁଆପଡା, ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି, ରାୟଗଡା, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ପୁରୀ, ଖୋଦ୍ଧା, କଟକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଗଞ୍ଜାମ, ନୟାଗଡ, ଜଗତସିଂହପୁର, କେନ୍ଦ୍ରପଡ଼ା ଓ ଢେଙ୍କାନାଳ ଆଦି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଥିବା ପୂର୍ବନୁମାନ କରିଛି ଆଇଏମ୍‌ଡି।

ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *