ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ; ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାରକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ଏସ୍‌ସି। ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଲକ୍ଷ୍ମୀପୁର ଘଟଣାରେ ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସୁପ୍ରିମକୋର୍ଟ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ଲଖୀମ୍‌ପୁର ଖେରୀ ହିଂସା ମାମଲାରେ ଗ୍ରହଣ କରିଥିବା ପଦକ୍ଷେପ ଉପରେ ସନ୍ତୁଷ୍ଟ ନୁହଁନ୍ତି।

ଅଭିଯୁକ୍ତଙ୍କୁ ଗିରଫ ନକରିବା ପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ପଚରାଉଚରା କରିଛନ୍ତି ଯେଉଁଥିରେ ଲଖିମପୁର ଖେରୀ ହିଂସା ମାମଲାରେ ଏଫଆଇଆର ପଞ୍ଜୀକୃତ ହୋଇଛି। ୟୁପି ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ମାମଲା ସହ ଲଢୁଥିବା ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତ ଆଶିଷ ଆସନ୍ତାକାଲି ସକାଳ ୧୧ ଟାରେ କ୍ରାଇମବ୍ରାଞ୍ଚରେ ହାଜର ହେବେ। ଏହା ପୂର୍ବରୁ ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଆଜି ଅର୍ଥାତ ଶୁକ୍ରବାର ସୁଦ୍ଧା ସ୍ଥିତି ରିପୋର୍ଟ ଦାଖଲ କରିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *