ଋଣ ପାଇଁ ବନ୍ଧାପଡ଼ିଲା ଝିଅ

ରାଜ୍ୟ

ନୂଆପଡ଼ା : ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ଭୁବନେଶ୍ୱରୀ ଘିବେଲାଙ୍କ ସ୍ୱାମୀ ମାନସିକ ବିକାରଗ୍ରସ୍ତ ହୋଇ ଚାଲିଯାଇଥିଲେ।

ଫଳରେ ୩ଝିଅଙ୍କ ଭରଣ ପୋଷଣ ଓ ପାଠ ପଢ଼ାଇବା ପାଇଁ ହାତ ଉଧାରୀ କରି ଆଣିଥିଲା ମା’।୧୦୧୮ ମସିହାରେ ସେ ଖରିଆଳକୁ ରୋଜଗାର ପାଇଁ ଆସିଥିଲେ ବଡ ଝିଅକୁ ଖରିଆଳ କସ୍ତୁରବା ସେବାସ୍ରମରେ ରଖିଥଲେ ଓ ନିଜେ ଭଡା ଘରେ ରହିଥିଲେ। ସେଲୁବାଗ ନାମକ ଜଣେ ମହିଳାଙ୍କ ଠାରୁ ୨୦ ହଜାର ଟଙ୍କା ଓ ମନୋଜ ଗୁପ୍ତାଙ୍କ ଠାରୁ ୬୦ ହଜାର ଟଙ୍କା ହାତ ଉଧାରୀ ଆଣିଥିଲେ।

ପରେ ସେ ପର ଘରେ ବାସନ ସଫା କରି ପରିବାର ଚଳାଉଥିଲେ ।ହେଲେ ଗତବର୍ଷ ଭୁବନେଶ୍ୱରୀ ୩ ଝିଅଙ୍କୁ ଛାଡି କୁଆଡେ ଚାଲିଯାଇଥିଲେ। ଏହି ସମୟରେ ୩ ଝିଅ ସେଲୁବାଗ ଘରେ ଆଶ୍ରୟ ନେଇଥିଲେ।୨ ମାସ ପରେ ଭୁବନେଶ୍ୱରୀ ଫେରି ୩ ଝିଅଙ୍କୁ ନେବା ପାଇଁ କହିଥିଲେ। ବଡ ଝିଅ ମାଟ୍ରିକ ପରୀକ୍ଷା ସରିବା ପରେ ଯିବାକୁ କହିଥିଲେ।

ହେଲେ ମା ରାଜି ନହୋଇ ଦୁଇ ଝିଅଙ୍କୁ ନେଇ ଚାଲିଯାଇଥିଲେ। କିନ୍ତୁ ବଡ ଝିଅ ପାଠ ପଢ଼ିବା ସହ ପରଘରେ କାମ କରି ମା କରିଥିବା ଋଣ ସୁଝୁଥିଲା।ପୁଣି ଭୁବନେଶ୍ୱରୀ ବଡ ଝିଅଙ୍କୁ ନେବା ପାଇଁ ଆସିବା ବେଳେ ସେଲୁ ବାଗ ଛାଡି ନଥିଲେ। ଧାର ଟଙ୍କା ନସୁଝିବା ପର୍ଯ୍ୟନ୍ତ ତାଙ୍କୁ ଛାଡିବେ ନାହିଁ ବୋଲି କହିଥିଲେ।ଫଳରେ ଭୁବନେଶ୍ୱରୀ ଚାଇଲ୍ଡ ଲାଇନର ଆଶ୍ରୟ ନେଇ ଝିଅକୁ ଉଦ୍ଧାର କରିଛନ୍ତି।

ଚାଇଲଡ଼ ଲାଇନ କାଇଉନସିଲର ହୋସାନା ଅକ୍ତରୀ,ଜିଲ୍ଲା ସଂଯୋଜକ ମୁକେଶ ଯୋଶୀ, ସଦସ୍ୟ ସୁନାଧର ସୁନାନୀ ଜୋଙ୍କ ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା କୁମୁଦ ହୋତା ଓ ଅଶ୍ୱିନୀ ପାତ୍ରଙ୍କ ଠାରେ ନାବାଳିକାଙ୍କୁ ହାଜିର କରିଥିଲେ । ଏବେ ନାବାଳିକ ଚାଇଲ୍ଡ ଲାଇନ ସେକ୍ଟରରେ ରଖାଯାଇଛି । ଆସନ୍ତାକାଲି ଶିଶୁ ମଙ୍ଗଳ ସମିତି ନାବାଳିକାଙ୍କୁ ତାଙ୍କ ମାଙ୍କୁ ହସ୍ତାନ୍ତର କରିବ ବାଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *