ତାଇୱାନରେ ଭୟଙ୍କର ଅଗ୍ନିକାଣ୍ଡ,୧୩ ମହଲା କୋଠାରେ ଲାଗିଲା ନିଆଁ ୪୬ ମୃତ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : ତାଇୱାନରେ ଭୟଙ୍କକ ଅଗ୍ନିକାଣ୍ଡ। ଦକ୍ଷୀଣ ତାଇୱାନର ଏକ ୧୩ ମହଲା କୋଠାରେ ନିଆଁ ଲାଗି ଯିବା ଫଳରେ ୪୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅନେକ ଲୋକ ଗୁତୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ୫୬ ଜଣ ପାଖାପାଖି ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

କାଉସୁଙ୍ଗେ ସହରର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଦକ୍ଷୀଣ ତାଇୱାନ ସମୟର ପାଖାପାଖି ୩ ଟା ହେବ ଏହି ବିଲ୍ଡିଂରେ ନିଆଁ ଲାଗି ଯିବା ନେଇ ଦମକଳ ବାହିନୀ ପାଖରେ ଖବର ପହଁଚିଥିଲା।

ନିଆଁ ବେଗ ଏତେ ଭୟଙ୍କର ଥିଲା ଯେ ଦୃତ ଗତିରେ ପୁରା ବିଲ୍ଡିଂ ରେ ବ୍ୟାପିଯାଇଥିଲା ନିଆଁ । କିଛି ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ । ଏବେବି କିଛି ଲୋକ ଫସିଛନ୍ତି । ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave a Reply

Your email address will not be published. Required fields are marked *