ବାଣ ଭିଡ଼ୁଥିବାବେଳେ ହାତରେ ଫାଟିଲା ବାଣ, ଯୁବକ ଗୁରୁତର

Top Storise ରାଜ୍ୟ

ଢ଼େଙ୍କାନାଳ: ଦୀପାବଳିରେ ଅଘଟଣ। ହାତରେ ଫାଟିଲା ବାଣ। ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ। ଆହତ ଯୁବକ ଜଣକ ହେଲେ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ।

ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ ବାଣ ଭିଡ଼ୁଥିଲେ। ଏହି ସମୟରେ ବାଣ ତାଙ୍କ ହାତରେ ଫାଟିଯାଇଥିଲା। ଏଥିରେ ଦିଗନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି। ଦିଗନ୍ତକୁ ଗୁରୁତର ଅବସ୍ଥାରେ ଢ଼େଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *