କବିତା : ଦୀପାବଳି ୨୦୨୧

ରାଜ୍ୟ

ଅଜିତ ମହାନ୍ତି 

ଦୀପାବଳି ଏକ ଉଦାସ ସମୟର,
ସମୟ, ଅନ୍ଧାରକୁ ଉଜେଇଁବାର,
ବିଷାଦଚିରି ଜଙ୍ଗଲରେ ଆଶାଟିଏ ଥାପିବାର
ସମୟ ଅନ୍ତରକୁ ଚାହିଁବାର, ସମ୍ବେଦନାର,

ସମୟ ଘେରା ବୁକୁଥରା ଯନ୍ତ୍ରଣାର।
ସମୟ ସଂଯମର, ସମୟ ପ୍ରାୟଶ୍ଚିତ୍ତର,
ସମୟ ସବୁଜ ଅଦେଖା ବିସ୍ଫୋଟକର,
ବିବେକକୁ ଘାରୁଥିବା ନିଃଶବ୍ଦ ଆଲୋକର,
ବଡବଡିଆଙ୍କୁ ଦେବାନାହିଁ କାଉଁରିଆ ଜାଳ,

ଏକାନ୍ତରେ ଅନ୍ତରର ଦୀପଟିଏ ଜାଳିବା ସମୟ।
ଖୁସିର ଦୀପାବଳି!!!
ଅନ୍ତରରେ ଭରୁ ଚିରନ୍ତନ
ସୁଖ ଓ ପ୍ରେମର ଆଲୋକ।

Leave a Reply

Your email address will not be published. Required fields are marked *