ଓଡ଼ିଶାର ନୋ ଫିସିଂ ଜୋନରୁ ମାଛ ଧରୁଥିଲା ଆନ୍ଧ୍ର ; ଧରି ପକାଇଲା ବନବିଭାଗ,୮ଅଟକ

Top Storise ରାଜ୍ୟ

ବ୍ରହ୍ମପୁର : ଓଡ଼ିଶାର ପିଛା ଛାଡୁନି ଆନ୍ଧ୍ର । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ରର ଟ୍ରଲରକୁ ଜବତ କରିଛି ଓଡ଼ିଶା । ଏଥିସହ ୮ ଜଣ ମତ୍ସଜୀବୀଙ୍କୁ ଅଟକ ରଖିଛିା ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି । ଏଣୁ ବନ ବିଭାଗ ପକ୍ଷରୁ ନଭେମ୍ବର ୧ ରୁ ସମୁଦ୍ରତଟରୁ ୨୦ କିଲୋ ମିଟର ପର୍ଯ୍ୟନ୍ତ ନୋ ଫିସିଂ ଜୋନ୍ ଘୋଷଣା କରାଯାଇଛି। ତେବେ ଏହାକୁ ଆମାନ୍ୟ କରି ଆନ୍ଧ୍ର ଟ୍ରଲର ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ତାହାକୁ ବନ ବିଭାଗ ଜବତ କରିଥିଲା।

ମିଳିଥିବା ସୂଚନା ଅନୁସାରେ ବନ ବିଭାଗ ବୋଟ୍ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଟ୍ରଲରକୁ ଠାବ କରି ଅଟକାଯାଇଥିଲା।ସେଥିରେ ଥିବା ୮ ଜଣ ଆନ୍ଧ୍ର ମତ୍ସଜୀବୀଙ୍କୁ ଧରି ବନ ବିଭାଗ ଓ ଏମଏଫଆରଏ ଆଇନ ଅନ୍ତର୍ଗତ ମତ୍ସବିଭାଗକୁ ହସ୍ତାନ୍ତର କରିଛି। ଅନ୍ୟପଟେ ଚଳିତ ସିଜିନରେ ଏହା ପ୍ରଥମ ଘଟଣା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାଏକ। ବାରମ୍ବାର କଟକଣା ସତ୍ୱେ ମଧ୍ୟ ଆନ୍ଧ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବେଶ ଉଦ୍ୟମ ଜାରି ରଖିଛି।

Leave a Reply

Your email address will not be published. Required fields are marked *